କୋଟିପତି ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ

0

ଓଡ଼ିଆ ନ୍ୟୁଜ୍: କୋଟିପତି ସେମିଳିଗୁଡ଼ା ଫରେଷ୍ଟର ନିରଞ୍ଜନ ଶତପଥୀ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ।ଗତକାଲି ବାବୁଙ୍କ ଘରୁ ୧ କେଜିର ସୁନା ଅଳଙ୍କାର ଠାବ ହୋଇଥିଲା। ନଗଦ ୯.୨୮ ଲକ୍ଷ ଟଙ୍କା ଓ ୬୬.୪୨ ଲକ୍ଷର ଜମାରାଶି ଠାବ ହୋଇଥିଲା। ୨ ବହୁତଳ କୋଠା ସହ ୭ ବହୁମୂଲ୍ୟ ପ୍ଲଟ୍ ଠାବ କରିଥିଲା ଭିଜିଲାନ୍ସ।

ସୂଚନାଯୋଗ୍ୟ, ଫରେଷ୍ଟର ନିରଞ୍ଜନ ଶତପଥୀ ୧୯୮୮ ମସିହା ଜାନୁଆରୀ ୨୫ ତାରିଖରେ ମାତ୍ର ୬୨୫ ଟଙ୍କା ପ୍ରାରମ୍ଭିକ ମାସିକ ଦରମାରେ କୋରାପୁଟ ବନଖଣ୍ଡରେ ଫରେଷ୍ଟ ଗାର୍ଡ ଭାବେ ସରକାରୀ ଚାକିରି ଆରମ୍ଭ କରିଥିଲେ।ଅଭିଯୁକ୍ତଙ୍କ ସମସ୍ତ ସମ୍ପତ୍ତିର ମୂଲ୍ୟାଙ୍କନ ଭିଜିଲାନ୍ସ ବୈଷୟିକ ବିଭାଗ ଦ୍ୱାରା କରାଯାଉଛି। ଚଢ଼ାଉ ଜାରି ରହିଥିବା ଏବଂ ତଦନ୍ତ ପରେ ଅଧିକ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.