ଶୀତରେ ଥରୁଛି ପୂରା ଓଡିଶା

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ ପାଗ ଶୁଖିଲା ରହିବା ସହିତ ଆସନ୍ତା ୪/୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ତେବେ ଏହାପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆସନ୍ତା ୫ଦିନ ଅର୍ଥାତ୍‌ ଡିସେମ୍ବର ୩୧ ପର୍ଯ୍ୟନ୍ତ କନ୍ଧମାଳ, କୋରାପୁଟ, ନୟାଗଡ଼, ଗଞ୍ଜାମ, ଜଗତ୍‌ସିଂହପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ଗଜପତି ଆଦି ଜିଲାକୁ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

ଗତକାଲି ରାଜ୍ୟର ସର୍ବନିମ୍ନ ତାପମାତ୍ରା କେରାପୁଟଠାରେ ୪.୮ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଏହା ସ୍ବାଭାବିକଠାରୁ ୭.୯ ଡିଗ୍ରୀ କମ୍‌ ବୋଲି ବିଭାଗ ସୂଚନା ଦେଇଛି। ସେହିପରି ସିମିଳିଗୁଡାରେ ୬.୩ ଡିଗ୍ରୀ, ଦାରିଙ୍ଗିବାଡି ୬.୫, ଫୁଲବାଣୀ ୭.୫, ଜି.ଉଦୟଗିରି ୭.୮, ରାଉରକେଲା ୮, କିରେଇ ୮.୩, ନବରଙ୍ଗପୁର ୮.୫, ସୁନ୍ଦରଗଡ ୯ ଓ ଭବାନୀପାଟଣାରେ ୯.୮ ଡିଗ୍ରୀ ତାପମାତ୍ରା ରହିଥିଲା।

Leave A Reply

Your email address will not be published.