ନନ୍ଦନକାନନରେ ମା ହେଲା ବାଘୁଣୀ ‘ଜୟଶ୍ରୀ’

0

ଓଡ଼ିଆ ନ୍ୟୁଜ୍: ନନ୍ଦନକାନନରେ ମାଆ ହେଲା ବାଘୁଣୀ ‘ଜୟଶ୍ରୀ’।ଜନ୍ମ ଦେଇଥିବା ୩ ଛୁଆ ମଧ୍ୟରୁ ୨ ମୃତ, ଗୋଟିଏ ଜୀବିତ। ୩ ବର୍ଷୀୟ ବାଘୁଣୀ ‘ଜୟଶ୍ରୀ’ର ଏହା ପ୍ରଥମ ପ୍ରସବ।ନନ୍ଦନକାନନରେ ଏବେ ମୋଟ୍ ୨୯ଟି ବାଘ ଅଛନ୍ତି। ଅପ୍ରାପ୍ତ ବୟସରେ ବାଘୁଣୀ ମା ହେବାରୁ ସେ ସଠିକ୍ ଭାବେ ଶାବକଙ୍କ ଯତ୍ନ ନେଇ ପାରିନି,ଏଥିସହ ଶାବକଙ୍କୁ ସ୍ତନ୍ୟପାନ ମଧ୍ଯ କରାଇ ପାରିନାହିଁ । ଯାହା ଫଳରେ ପ୍ରଥମ ଦୁଇଟି ଶାବକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଶାବକକୁ ମଧ୍ୟ ମା ଗ୍ରହଣ କରିନଥିଲା ଏବଂ ସ୍ତନ୍ୟପାନ କରାଇନଥିଲା ।

ନନ୍ଦନକାନନ କର୍ତ୍ତୁପକ୍ଷଙ୍କ ନିର୍ଦ୍ଧେଶ କ୍ରମେ ଜୀବିତ ଶାବକକୁ ଶିଶୁ ଲାଳନ ପାଳନ କେନ୍ଦ୍ରରେ ରଖାଯାଇଛି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏହା ଏକ ବିରଳ ଘଟଣା ବୋଲି କୁହଯାଉଛ । ମାତ୍ର ୩୪ ମାସ ବୟସରେ ମା’ ହୋଇଛି ବାଘୁଣୀ ଜୟଶ୍ରୀ । ବର୍ତମାନ ନନ୍ଦନକାନନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.