ଦିଲ୍ଲୀ ପରେଡ୍‌ରେ ଚାଲିବ ଓଡ଼ିଶା ପ୍ରଜ୍ଞାପନ ମେଢ଼

0

ଓଡ଼ିଆ ନ୍ୟୁଜ୍: ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତାଲିକାରେ ସ୍ଥାନ ପାଇଲା ଓଡ଼ିଶା। ଓଡ଼ିଶାର କଳାକୃତିକୁ ଆଧାର କରି ପ୍ରସ୍ତାବିତ ପ୍ରଜ୍ଞାପନ ମେଢ଼କୁ ମଞ୍ଜୁରୀ। ବିକଶିତ ଭାରତ ୨୦୪୭, କୋଣାର୍କ, ପଥର ଶିଳ୍ପୀ, ପଟ୍ଟଚିତ୍ର ଭଳି ଓଡ଼ିଶାର ଐତିହ୍ୟକୁ ନେଇ ତିଆରି ପ୍ରଜ୍ଞାପନ ମେଢ଼ ଏଥର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ବଖାଣିବ ଓଡ଼ିଶାର ଗୌରବର ଗାଥା। ଏଥିପାଇଁ ଓଡ଼ିଶାର କଳାକୃତିକୁ ଆଧାର କରି ପ୍ରସ୍ତାବିତ ପ୍ରଜ୍ଞାପନ ମେଢ଼କୁ ମଞ୍ଜୁରୀ ମିଳିଛି। ଓଡ଼ିଶା ସମେତ ୧୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଭାରତ ସରକାରଙ୍କର ୧୩ଟି ମନ୍ତ୍ରଣାଳୟ ମଧ୍ୟ ସ୍ଥାନ ପାଇଛି।

ଏହା ପୂର୍ବରୁ ୨୦୨୪ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନିତ ହେବା ସହ ପ୍ରଥମ ସ୍ଥାନ ମଧ୍ୟ ଅକ୍ତିଆର କରିଥିଲା। ଏହି ପ୍ରଜ୍ଞାପନ ମେଢରେ ଓଡ଼ିଶାର କଳା, ସଂସ୍କୃତି ଓ ନାରୀ ସଶକ୍ତିକରଣର ଝଲକ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.