ଓଡ଼ିଆ ନ୍ୟୁଜ୍: ପୁଣି ବଦ୍ରି ବାଣ; ନାଁ ନ ନେଇ ‘ପାଣ୍ଡିଆନ ଆଣ୍ଡ୍ କୋ’କୁ ଟାର୍ଗେଟ୍। ବିଜେଡି ହାରିବାର କାରଣ କହି ଖୋଲା ଟାର୍ଗେଟ୍ କଲେ ବଦ୍ରି ପାତ୍ର। ନବୀନ ପ୍ରଚାରକୁ ଗଲେ ନାହିଁ ବୋଲି ଆମ ଦଳ ହାରିଲା।ଏହା କ’ଣ ନବୀନଙ୍କ ଲୋକପ୍ରିୟତା ନୁହେଁ କି ବୋଲି କହିଲେ। ଲୋକେ ନବୀନଙ୍କୁ ଖୋଜିଲେ, ତାଙ୍କୁ ପାଇଲେ ନାହିଁ।
ହେଲିକପ୍ଟରରେ ବୁଲିଲେ, ପେଣ୍ଡାଲରେ ଭାଷଣ ଦେଇ ନିଜକୁ ନବୀନ ଭାବିଲେ।ଏମାନେ ନବୀନଙ୍କର ଯେଉଁ ଅଭିନୟ କଲେ, ଲୋକେ ଅସନ୍ତୁଷ୍ଟ ହେଲେ। ଲୋକେ ଜଣାଇ ଦେଲେ ନବୀନ ନାହିଁ ତ ଭୋଟ୍ ନାହିଁ। ଯେଉଁମାନେ ନବୀନଙ୍କୁ ବୁଲାଇଲେ ନାହିଁ, ପରାଜୟ ପାଇଁ ସେମାନେ ଦାୟୀ।ଯେଉଁମାନେ ନେତାଙ୍କୁ ଦୁର୍ବଳ କରିଥିଲେ ସେହି କଥା କହିବାକୁ ଚାହୁଁଛୁ: ବଦ୍ରି।