ଓଡ଼ିଆ ନ୍ୟୁଜ୍: ବିଜେଡି କଳି: ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ୍ କଲେ ପ୍ରଭାତ ବିଶ୍ବାଳ। ସେ କେଉଁଭଳିଆ ନେତା, ମୁଁ କେଉଁଭଳିଆ ନେତା କଟକବାସୀ ଜାଣନ୍ତି।ଦେବାଶିଷଙ୍କ ନାଲି ବାବା ଆକ୍ଷେପ ନେଇ ମଧ୍ୟ ରଖିଲେ ପ୍ରତିକ୍ରିୟା।‘୨ ଜଣ ପୂର୍ବତନ ମନ୍ତ୍ରୀଙ୍କ ସହ ଦେବାଶିଷ ମଧ୍ୟ ଷଡ଼ଯନ୍ତ୍ରକାରୀ’। ସେମାନଙ୍କ ପାଇଁ ମୁଁ ଆଜି ଲାଲ ପୋଷାକ ପିନ୍ଧୁଛି- ପ୍ରଭାତ ବିଶ୍ବାଳ। ଦେବାଶିଷ ବିଭିନ୍ନ ସଂସ୍ଥାରୁ ଚାନ୍ଦା ନେଇ ରାଜନୀତି କରନ୍ତି, ପ୍ରମାଣ ଅଛି।ପୁଅକୁ ବାଟ ଛାଡ଼ୁନି ଆକ୍ଷେପରେ ମଧ୍ୟ ଜବାବ ରଖିଲେ।
ଯଦି ପୁଅକୁ ବାଟ ଛାଡୁନି ଦୁଇ ଥର ବିଧାୟକ ହେଲା କିପରି।ସେ ନିଜେ କୌଣସି ପଦପଦବୀରେ ନ ଥାଇ ସରକାରୀ କାର୍ଯ୍ୟକ୍ରମକୁ ଯାଉଥିଲେ।ପାଣ୍ଡିଆନଙ୍କୁ ପୂର୍ବରୁ ଗାଳି ଦେଉଥିବା ଆରୋପର ମଧ୍ୟ ଜବାବ ରଖିଲେ।‘ମୁଁ ପାଣ୍ଡିଆନଙ୍କୁ ପୂର୍ବରୁ କେବେ ଗାଳି ଦେଇନି, ସେ ଭୁଲ କହିଛନ୍ତି’। ୨୦୧୩ରେ ଏକ ପ୍ରସଙ୍ଗକୁ ନେଇ ତାଙ୍କୁ ମୁଁ ପାଟି କରିଥିଲି।ସୁଜାତା କାର୍ତ୍ତିକେୟନ ରାଜ୍ୟସଭା ଯିବାରେ କୌଣସି ଅସୁବିଧା ନାହିଁ।କାଲି ପ୍ରଭାତ ବିଶ୍ବାଳଙ୍କୁ ନାଲି ବାବା କହି ଟାର୍ଗେଟ୍ କରିଥିଲେ ଦେବାଶିଷ।