ନୂଆବର୍ଷ ଶୁଭେଚ୍ଛା ପାଇଁ କାର୍ଯ୍ୟାଳୟ ଆସନ୍ତୁନି: CM

0

ଓଡ଼ିଆ ନ୍ୟୁଜ୍: ଇଂରାଜୀ ନୂଆବର୍ଷ ୨୦୨୬ ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ।‘ନୂଆବର୍ଷର ପ୍ରଥମ ଦିନ ନିୟମିତ ଭାବେ ସରକାରୀ କାର୍ଯ୍ୟ ହେବ। କାର୍ଯ୍ୟାଳୟକୁ ନୂଆବର୍ଷ ଶୁଭେଚ୍ଛା ଜଣାଇବା ପାଇଁ କେହି ନ ଆସିବାକୁ ଅନୁରୋଧ। ‘କର୍ମଚାରୀ ମଧ୍ୟ ଅଫିସ ସମୟରେ ଶୁଭେଚ୍ଛା କାର୍ଯ୍ୟକ୍ରମରେ ସାମିଲ ନ ହୁଅନ୍ତୁ’। ‘ଅଭିନନ୍ଦନ କାର୍ଯ୍ୟକ୍ରମରେ ସାମିଲ ନ ରହି ଅଫିସ୍ କାର୍ଯ୍ୟକୁ ଗୁରୁତ୍ୱ ଦିଅନ୍ତୁ’।‘ସରକାରୀ ବାସଭବନକୁ ଶୁଭେଚ୍ଛା ଜଣାଇବାକୁ ଆସିଲେ ଉପହାର ଆଣିବେନି’। ଆପଣଙ୍କ ସଦିଚ୍ଛା ଓ ଆଶୀର୍ବାଦ ମୋର ଏକାନ୍ତ କାମ୍ୟ- ମୁଖ୍ୟମନ୍ତ୍ରୀ।

ଏହି ଦିନ ସରକାରୀ କାର୍ଯ୍ୟଦିବସ ରହୁ ଥିବାରୁ, ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟରେ ନିୟମିତ କାର୍ଯ୍ୟ ଜାରି ରହିବ । ସରକାରୀ କାର୍ଯ୍ୟାଳୟକୁ କୌଣସି ପ୍ରକାରେ ଇଂରାଜୀ ନୂଆବର୍ଷ ପାଳନର ସ୍ଥଳୀ ନକରିବାକୁ ପରାମର୍ଶ ଦିଆଯାଇଛି । କେବଳ ବ୍ୟକ୍ତିଗତ ସୌଜନ୍ୟମୂଳକ ସମ୍ଭାଷଣ ବ୍ୟତୀତ କୌଣସି ପ୍ରକାର ଉତ୍ସବ, ଭେଟଘାଟ୍, ଭୋଜିଭାତ, ପାର୍ଟି ଇତ୍ୟାଦି ରାଜ୍ୟ ସରକାରୀ କାର୍ଯ୍ୟାଳୟ ପରିସର ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଉଛି ।

Leave A Reply

Your email address will not be published.