ଆହୁରି ୨ ମାସ ବଢିଲା E-KYC ଅବଧି

0

ଓଡ଼ିଆ ନ୍ୟୁଜ୍: ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି।ଆଜି ଶେଷ ହେଉଥିଲା E-KYC ଅବଧି। ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ଲୋକଙ୍କ E-KYC ଶେଷ ହୋଇଛି।୨ ମାସ E-KYC ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀଙ୍କ ସୂଚନା।ଏବେ ଯାଏ ୮ ଲକ୍ଷ ରାସନ କାର୍ଡ ବାଣ୍ଟି ସାରିଲେଣି ସରକାର।ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ଲୋକଙ୍କ E-KYC ଶେଷ ହୋଇଛି । ଯୋଗାଣ ବିଭାଗରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ୩ କୋଟି ୨୫ ଲକ୍ଷ ୫୧ ହଜାର ୭୭୩ ଜଣ ହିତାଧିକାରୀଙ୍କ ଇ-କେୱାଇସି କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏବେ ଯାଏ ୮ ଲକ୍ଷ ରାସନ କାର୍ଡ ବାଣ୍ଟି ସାରିଲେଣି ସରକାର। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩ ଲକ୍ଷରୁ ଅଧିକ ରାସନ କାର୍ଡ ହିତାଧିକାରୀ ନିଜର ଇ-କେୱାଇସି କରିନାହାନ୍ତି। ତେବେ ଇ-କେୱାଇସି କରି ନଥିବା ହିତାଧିକାରୀ ପୂର୍ବଭଳି ରାମନ ସାମଗ୍ରୀ ପାଇବା ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧ଲକ୍ଷ ୪୨ହଜାର ୩୫୭ ଜଣ, କଳାହାଣ୍ଡି ୭୧ ହଜାର, ବଲାଙ୍ଗୀର ୬୮ ହଜାର, ବାଲେଶ୍ଵର ୬୪ ହଜାର, ମୟୂରଭଞ୍ଜ ୬୧ ହଜାର, ପୁରୀ ୬୨ ହଜାର, ଯାଜପୁରରେ ୬୦ ହଜାର ଲୋକ ଏହି ପ୍ରକ୍ରିୟାରେ ସାମିଲ ହୋଇନାହାନ୍ତି।

Leave A Reply

Your email address will not be published.