ଓଡ଼ିଆ ନ୍ୟୁଜ୍: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ୧୫ ଦଫା ନିର୍ଦ୍ଦେଶନାମା। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ପ୍ରଦାନ କଲେ ୧୫ ଦଫା ନିର୍ଦ୍ଦେଶାବଳୀ। ଲକ୍ଷ୍ୟ ହାସଲ ପାଇଁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ। ୨୦୩୬ ସୁଦ୍ଧା ୫ ଶହ ବିଲିଅନ ଡଲାର ଅର୍ଥନୀତି ସହ ସମୃଦ୍ଧ ଓଡିଶା ଗଠନ ଲକ୍ଷ୍ୟ।ଶ୍ରେଷ୍ଠ ୫ ବିକଶିତ ରାଜ୍ୟରେ ଓଡ଼ିଶାକୁ ରଖିବା ପାଇଁ ଲକ୍ଷ୍ୟ।ରାଜ୍ୟ ଶିଳ୍ପାୟନର ଦୃତ ବିକାଶ ପାଇଁ ନିର୍ଦ୍ଦେଶାବଳୀରେ ଗୁରୁତ୍ଵ। ରାଜ୍ୟ ଶିଳ୍ପାୟନର ଦୃତ ବିକାଶ ପାଇଁ ନିର୍ଦ୍ଦେଶାବଳୀରେ ଗୁରୁତ୍ଵ। ଜିଲ୍ଲାପାଳଙ୍କୁ ବିଭିନ୍ନ ପ୍ରକ୍ରିୟାକୁ ଫାଷ୍ଟଟ୍ରାକ୍ କରିବାକୁ ଗୁରୁତ୍ଵ ଆରୋପ।୨ ବର୍ଷରେ ଖାଲିଥିବା ସରକାରୀ ପଦବୀକୁ ପୂରଣ ପାଇଁ ପଦକ୍ଷେପ ନିର୍ଦ୍ଦେଶ। ଦୁର୍ନୀତିଗ୍ରସ୍ତ, ଅପାରଗ, ଦାୟିତ୍ଵହୀନ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଚେତାବନୀ। କଠୋର କାର୍ଯ୍ୟାନୁଷ୍ଠାନ ଏପରିକି ବାଧ୍ୟତାମୂଳକ ସେବା ନିବୃତ୍ତ ନିର୍ଦ୍ଦେଶ।
ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରକୁ ଉତ୍କର୍ଷ କେନ୍ଦ୍ର କରିବାକୁ ନିର୍ଦ୍ଦେଶ। ସବୁପ୍ରକାର ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ଗୁରୁତ୍ବ ଆରୋପ। ସଚିବାଳୟଠାରୁ ବ୍ଲକ ସ୍ତର ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ପାଳନ ପରାମର୍ଶ। ନିର୍ଦ୍ଦେଶ ପାଳନ ନ ହେଲେ ଖିଲାପକାରୀଙ୍କୁ କୈଫିୟତ ତଲବ ପାଇଁ ବି କୁହା ଯାଇଛି।ଓଡିଆ ଭାଷାକୁ ସରକାରୀ ଭାଷାରେ ବ୍ୟବହାର ପାଇଁ ପ୍ରତିବଦ୍ଧତାର ବାର୍ତ୍ତା।ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣାଣିକୁ ଅତ୍ୟନ୍ତ ଗୁରୁତର ସହିତ ବିଚାର ନିର୍ଦ୍ଦେଶ। ସବୁସ୍ତରରେ ଲୋକଙ୍କ ଅଭିଯୋଗ ଶୁଣି ତାକୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ। ଅଭିଯୋଗ ଶୁଣାଣି ପାଇଁ ସୋସିଆଲ ମିଡିଆକୁ ବହୁଳ ବ୍ୟବହାର ପରାମର୍ଶ। ସମସ୍ୟାର ସମାଧାନ ପାଇଁ ସବୁ ସ୍ତରର ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ ପରାମର୍ଶ।