ଚିଲିକାର ପୁନରୁଦ୍ଧାର ପାଇଁ ହେବ DPR

0

ଓଡ଼ିଆ ନ୍ୟୁଜ୍: ଜୈବ ବିବିଧତା ଓ ହ୍ରଦର ପୁନର୍ବିକାଶ ଉପରେ ଗୁରୁତ୍ୱ। ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଆଇଆଇଟି ଚେନ୍ନାଇକୁ DPR ନିର୍ଦ୍ଦେଶ। ମୁହାଣ ପୋତି ହେବା କାରଣରୁ ପାଣି ସମୁଦ୍ରକୁ ଠିକ୍‌ ଭାବେ ଯାଇପାରୁନି।ସମୁଦ୍ର ପାଣି ମଧ୍ୟ ଚିଲିକା ମଧ୍ୟକୁ ଠିକ୍‌ ଭାବେ ପ୍ରବେଶ କରିପାରୁ ନାହିଁ। ଚିଲିକା ଜଳର କ୍ଷାରୀୟତା ନଷ୍ଟ ହେଉଛି, ଜୈବ ବିବିଧତା ସନ୍ତୁଳନ ରହୁନି।

ଚିଲିକା ହ୍ରଦ ରାମସାର ସାଇଟ୍ ହିସାବରେ ବିଶ୍ୱରେ ପରିଚିତ । ଚିଲିକା ଆଉ ଥରେ ପୁନର୍ଜୀବିତ ହେବ । ବିଭିନ୍ନ ପର୍ଯ୍ୟାୟରେ ଚିଲିକା ଉନ୍ନୟନ ପରିଷଦ ଓ ଜଙ୍ଗଲ ଓ ପରିବେଶ ବିଭାଗ ସହିତ ଆଲୋଚନା ହୋଇଛି । ଏବେ IIT ମାଡ୍ରାସ୍ ଓସନୋଗ୍ରାଫି ସହିତ ଚିଲିକା ଉନ୍ନୟନ ପରିଷଦ ତରଫରୁ ବୁଝାମଣା ସ୍ବାକ୍ଷରିତ ହୋଇଛି । ଖୁବଶୀଘ୍ର ଏଥିପାଇଁ DPR ପ୍ରସ୍ତୁତ ହେଉଛି । ଚିଲିକାର ସମ୍ପୂର୍ଣ୍ଣ ପୁନଃବିନ୍ୟାସ କରାଯିବ ।ଚିଲିକାର ପେରିଫେରିକୁ ଡେଭଲପମେଣ୍ଟ କରାଯିବ । ଅବରୋଧ ମୁକ୍ତ କରିବା ସହିତ ସୌନ୍ଦର୍ଯ୍ୟ କରାଯିବ । ୧୫ଶହରୁ ୨ ହଜାର କୋଟିର DPR ପ୍ରସ୍ତୁତ ହେଉଛି । ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଛି । ଚିଲିକାକୁ ଖ୍ୟାତି ପହଞ୍ଚାଯିବନି । ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବା । ଏ ନେଇ ପ୍ରକଳ୍ପ ରିପୋର୍ଟ ଉପସ୍ଥାପନ କରାଯାଇଛି ।

Leave A Reply

Your email address will not be published.