ଜୁଆ ରେଡ୍‌; ପାଇଖାନା ଫ୍ଲସରେ ଟଙ୍କା

0

ଓଡ଼ିଆ ନ୍ୟୁଜ୍: ହୋଟେଲ୍‌ ରୁମ୍‌ରେ ଚାଲିଥିବା ଜୁଆ ଖେଳ ଉପରେ ରେଡ୍‌।ଭିଏସ୍‌ଏସ୍‌ ମାର୍ଗର ଏକ ହୋଟେଲ୍‌ରେ ଚାଲିଥିବା ଜୁଆ ଖେଳରେ ରେଡ୍।୯ ଜଣ ଜୁଆ ଖେଳୁଥିବା ବେଳେ ପୋଲିସର ଚଢ଼ାଉ। ପୋଲିସ ରେଡ୍ ବେଳେ ପାଇଖାନା ଫ୍ଲସରେ ପକାଇଲେ ଟଙ୍କା। ଜୁଆ ରେଡ୍‌ ବେଳେ ପାଇଖାନା ଫ୍ଲସରେ କିଛି ଟଙ୍କା ପକାଇ ଦେଲେ।ଜୁଆ ଖେଳ ବେଳେ ପୋଲିସ ରେଡ୍‌ରେ ଭୟଭୀତ ହୋଇ ଟଙ୍କା ପକାଇଦେଲେ। ଭିଏସ୍ଏସ୍ ମାର୍ଗର ଏକ ହୋଟେଲ୍‌ରେ ପୋଲିସର ରେଡ୍।୧୦୫ ନଂ ରୁମ୍‌ରେ ରେଡ୍, ଏଯାବତ୍ ୬ ଲକ୍ଷ ଟଙ୍କା ଗଣତି ହୋଇଥିବା ସୂଚନା।

ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶରେ ଧନୁପାଲି ପୁଲିସ ଥାନା ଆଇଆଇସି ଆଦିତ୍ୟ ମହାକୁରଙ୍କ ନେତୃତ୍ବରେ ଟିମ୍‌ ଉପହାର ପ୍ୟାଲେସ୍‌ରେ ଚଢ଼ଉ କରିଥିଲା। ରୁମ ନମ୍ବର ୧୦୫ରେ ଜୁଆ ଖେଳ ଚାଲିଥିଲା। ଏହି ସମୟରେ ରୁମ ଭିତରେ ଟଙ୍କା ବିଚ୍ଛିନ୍ନ ହୋଇ ପଡ଼ିଥିଲା। ଲକ୍ଷାଧିକ ଟଙ୍କା ଜବତ ହୋଇଛି। ଗଣତି ପରେ କେତେ ଟଙ୍କା ଜଣାପଡ଼ିବ। ଏହି ମାମଲାରେ ୯ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ଏମାନେ ସମସ୍ତେ ସମ୍ବଲପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଅଟକ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ କିଛି ଲୋକ ପୂର୍ବରୁ ମଧ୍ୟ ଜୁଆ ଖେଳ ସହିତ ସଂପୃକ୍ତ ଥିଲେ। ହୋଟେଲ ମାଲିକ ଗୋପକୃଷ୍ଣ ସାମନ୍ତରାୟ ଏହି କାରବାର ସହିତ ସଂପୃକ୍ତ ଅଛନ୍ତି କି ନାହିଁ, ତାହା ତଦନ୍ତ ପରେ ଜଣାପଡ଼ିବ।

Leave A Reply

Your email address will not be published.