ଓଡ଼ିଆ ନ୍ୟୁଜ୍: ଦେବାଶିଷ ସାମନ୍ତରାୟ ଓ ରଣେନ୍ଦ୍ର ସ୍ବାଇଁଙ୍କ ନୂଆବର୍ଷ ପୋଷ୍ଟରକୁ ନେଇ ଗୁଞ୍ଜରଣ।ଉଭୟଙ୍କ ପୋଷ୍ଟରରେ ଶଙ୍ଖ ଚିହ୍ନ କି ନବୀନଙ୍କ ଫଟୋ ନଥିବାରୁ ଦଳରେ ଗୁଞ୍ଜରଣ। ଏପରିକି ରଣେନ୍ଦ୍ର କରିଥିବା ବିଭିନ୍ନ ସଭାରେ ବି ଶଙ୍ଖ ଚିହ୍ନ କି ନବୀନଙ୍କର ଫଟୋ ନାହିଁ।ନିର୍ବାଚନ ପରଠୁ ଉଭୟ ନେତା ଦଳୀୟ କାର୍ଯ୍ୟକୁ ନେଇ ନାଖୁସ୍ ଅଛନ୍ତି। ଦଳୀୟ ପରିଚାଳନାକୁ ନେଇ ଉଭୟ ଅସନ୍ତୋଷ ଝାଡ଼ି ନବୀନଙ୍କୁ ଚିଠି ଲେଖିଥିଲେ।
ଖାଲି ଏତିକି ନୁହେଁ ରଣେନ୍ଦ୍ର କରିଥିବା ବିଭିନ୍ନ ସଭାରେ ବି ଶଙ୍ଖ ଚିହ୍ନ କି ନବୀନଙ୍କର ଫଟୋ ନାହିଁ। ନିର୍ବାଚନ ପରଠୁ ଉଭୟ ନେତା ଦଳୀୟ କାର୍ଯ୍ୟକୁ ନେଇ ଖୁସି ନାହାନ୍ତି। ଅନ୍ୟପକ୍ଷରେ ଦଳୀୟ ପରିଚାଳନାକୁ ନେଇ ଉଭୟ ଅସନ୍ତୋଷ ପ୍ରକାଶ କରି ନବୀନଙ୍କୁ ଚିଠି ମଧ୍ୟ ଲେଖିଥିଲେ।ଏବେ ପୋଷ୍ଟରରୁ ଶଙ୍ଖ ଚିହ୍ନ ଏବଂ ନବୀନଙ୍କ ଫଟୋ ଗାଏବ ହେବା ଦେଖି ଲୋକେ ନାନା କଳ୍ପନାଜଳ୍ପନା ଆରମ୍ଭ କଲେଣି।