୨ଲାଞ୍ଚୁଆ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

0

ଓଡ଼ିଆ ନ୍ୟୁଜ୍: ୬୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ୨ ଯନ୍ତ୍ରୀ ଗିରଫ।ଉଦଳା ଉଠାଜଳସେଚନ ବିଭାଗର ୨ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ।SDO ହରେକୃଷ୍ଣ ସିଂହ ଓ JE ସୁବ୍ରତ ମହାନ୍ତି ଗିରଫ। ୪୨ ଲକ୍ଷର ବିଲ୍ ପାସ୍ କରାଇବା ପାଇଁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିଲେ। ଏକ ବିଲ୍‌ ପାସ କରିବା ପାଇଁ ସମ୍ପୃକ୍ତ ଠିକାଦାରଙ୍କଠାରୁ ୬୦୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ତାଙ୍କଠାରୁ ସମସ୍ତ କେମିକାଲ ବୋଳା ନୋଟ୍‌କୁ ଜବତ କରିଛି।

ଅଭିଯୁକ୍ତ ଦ୍ବୟ ହେଲେ ସହକାରୀ ନିର୍ବାହୀ ଇଞ୍ଜିନିୟର ହରେକୃଷ୍ଣ ସିଂ ଏବଂ ବାରିପଦାରୁ ଉଦଳାରେ ଦାୟିତ୍ୱରେ ଥିବା ଜୁନିଅର ଇଞ୍ଜିନିୟର ସୁବ୍ରତ ମହାନ୍ତି। ଏ ସଂକ୍ରାନ୍ତରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ (କେସ୍‌ ନମ୍ବର ୧/୨୦୨୬), ପିସି ଆଇନ ୨୦୧୮ର ଧାରା ୭ ଅଧୀନରେ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିଛି । । ଗିରଫ ପରେ ସିଂଙ୍କ ୨ଟି ସ୍ଥାନ ଏବଂ ମହାନ୍ତିଙ୍କ ୩ଟି ସ୍ଥାନରେ ଆୟ ବର୍ହିଭୂତ ସମ୍ପତ୍ତି ଦୃଷ୍ଟିରୁ ଏକକାଳୀନ ଚଢ଼ାଉ ଜାରି ରହିଛି ।

 

Leave A Reply

Your email address will not be published.