ଖୋଲା ସ୍ଥାନରେ ଜାଳିଲେ ୫ହଜାର ଫାଇନ୍‌: BMC

0

ଓଡ଼ିଆ ନ୍ୟୁଜ୍: ପ୍ରଦୂଷଣ ରୋକିବାକୁ ବିଏମ୍‌ସି ପକ୍ଷରୁ କଟକଣା ଜାରି। କଟକ ଓ ଭୁବନେଶ୍ବର ପାଇଁ ଜାରି ହେଲା କଟକଣା। ସନ୍ଧ୍ୟା ୬ରୁ ସକାଳ ୧୦ଟା ଯାଏ ନିର୍ମାଣଧୀନ କାର୍ଯ୍ୟ ବନ୍ଦ।ବାହାରେ ଅଳିଆ ଢାଳିବା ଓ କୋଇଲା ଜାଳିବା ମନା।ରାତିରେ ଟ୍ବିନ୍‌ ସିଟିରେ ଭାରିଯାନ ଉପରେ ବି କଟକଣା। ହୋଟେଲ୍ ଢାବାରେ କାଠ ଓ କୋଇଲା ଜାଳିବା ସମ୍ପୂର୍ଣ୍ଣ ବାରଣ। ଡିପୋ ଓ ଷ୍ଟାଣ୍ଡ୍‌ରେ ନିୟମିତ ବସ୍ ଧୋଇବାକୁ CRUTକୁ ନିର୍ଦ୍ଦେଶ। ଖୋଲା ସ୍ଥାନରେ ଆବର୍ଜନା ଜାଳିଲେ ୫ହଜାର ଫାଇନ୍‌।ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ପାଇଁ ସ୍ବଚ୍ଛ ଜାଳେଣି ବ୍ୟବହାର ପରାମର୍ଶ। ଧୂଳି ଉଡୁଥିବା ସ୍ଥାନରେ ପାଣି ସିଞ୍ଚନ ପାଇଁ ବିଏମ୍‌ସିର ନିର୍ଦ୍ଦେଶ।

ଭୁବନେଶ୍ୱର ଏବଂ କଟକରେ ବାୟୁର ମାନ ସୂଚକାଙ୍କ ଖରାପ ହେଉଥିବାରୁ ଆଜିଠାରୁ ଆଗାମୀ ୭ ଦିନ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ନିୟମ ଲାଗୁ କରାଯାଇଛି । ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ଏହାର କାରଣ ଖୋଜିବା ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉଚ୍ଚ ସ୍ତରୀୟ ବୈଠକ ଡାକିଥିଲେ । ଯେଉଁଥିରେ ବୈଜ୍ଞାନିକ ମାନେ ମଧ୍ୟ ଉପସ୍ଥିତ ରହି କାରଣ ଓ ନିରାକରଣ ଖୋଜିଥିଲେ । ବୈଠକରେ ନିଷ୍ପତ୍ତି ହୋଇଛି ରାସ୍ତାରେ ଧୂଳି କଣିକା ଯୋଗୁଁ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ପାଣି ଛିଞ୍ଚନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.