ଏସ୍‌ମା ଲାଗୁ କଲେ ସରକାର

0

ଓଡ଼ିଆ ନ୍ୟୁଜ୍: ଡାକ୍ତର ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ। OESMA ଲାଗୁ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା। ୬ ମାସ ପର୍ଯ୍ୟନ୍ତ ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି ସୂଚନା। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଧର୍ମଘଟ ଓ କାର୍ଯ୍ୟବନ୍ଦ ରୋକିବାକୁ ପଦକ୍ଷେପ। ଡାକ୍ତରୀ ଆନ୍ଦୋଳନ ଉପରେ ଲାଗିଲା ରୋକ । ରାଜ୍ୟରେ ଏସମା ଲାଗୁ କଲେ ସରକାର । ସରକାରୀ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଜାରି ରହିଥିବା ଆନ୍ଦୋଳନକୁ ଦୃଷ୍ଟିରେ ରଖି ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଏସମା ଲାଗୁ ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ୬ ମାସ ଯାଏଁ ଧର୍ମଘଟ ସରକାର ମନା କରଛନ୍ତି । ରାଜ୍ୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବାରେ ଯେପରି ବ୍ୟାଘାତ ନଉପୁଜିବ, ସେଥିପାଇଁ ସମଗ୍ର ରାଜ୍ୟରେ ‘ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ’ (ESMA) ଲାଗୁ କରାଯାଇଛି । ଧର୍ମଘଟ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କଲେ ସରକାର ।

ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, ଆସନ୍ତା ୬ ମାସ ପର୍ଯ୍ୟନ୍ତ କୌଣସି ବି ସ୍ୱାସ୍ଥ୍ୟକର୍ମୀ ଧର୍ମଘଟ କିମ୍ବା କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେ ନାହିଁ । ଏହି ନିୟମ ସ୍ଥାୟୀ ଏବଂ ଚୁକ୍ତିଭିତ୍ତିକ ଉଭୟ କର୍ମଚାରୀଙ୍କ ପାଇଁ ଲାଗୁ ହେବ

Leave A Reply

Your email address will not be published.