ଓଡ଼ିଆ ନ୍ୟୁଜ୍: କାଲି ଠାରୁ ସ୍ବାଭାବିକ ହେବ ଧାନ ମଣ୍ଡିରୁ ଧାନ ଉଠାଣ। ସରକାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲା ମିଲର୍ସ ସଂଘ। ଏନେଇ ସୂଚନା ଦେଲେ ମିଲର୍ସ ସଂଘ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଦାସ। ‘୧୫ ଦିନ ଭିତରେ ସରକାର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି’।୧୫ ଦିନ ଭିତରେ ଦାବି ପୂରଣ ନ ହେଲେ ବୈଠକ କରି ନିଷ୍ପତ୍ତି ନେବୁ।ଆମର ଆଶା ସରକାର ଦାବି ପୂରଣ କରିବେ- ମିଲର୍ସ ସଂଘ ସମ୍ପାଦକ। ‘୭ ଦିନ ଭିତରେ ବକେୟା ଟଙ୍କା ଦେବା ନେଇ ଚିଠି କରିଛନ୍ତି’।
କଷ୍ଟମ୍ ମିଲିଂ ଚାର୍ଜ ବଢ଼ାଇବା ସହିତ ଚାଉଳ ପରିବହନ ବାବଦ ଖର୍ଚ୍ଚ ବୃଦ୍ଧି କରିବା, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି କରିବାକୁ ଦାବି ରହିଥିଲା । ସରକାର ସେମାନଙ୍କ ଦାବି ମାନିଥିବା ସତ୍ତ୍ବେ ଲିଖିତ ପ୍ରତିଶ୍ରୁତି ନ ମିଳିବାରୁ ସଂଘ ନିଜ ଜିଦରେ ଅଟଳ ରହିଥିଲା । ଯୋଗାଣ ମନ୍ତ୍ରୀ ଗଣମାଧ୍ୟମ ଆଗରେ ଧାନ ସଂଗ୍ରହ ଆରମ୍ଭ ହୋଇଯାଇଥିବା କହିବା ପରେ ମଧ୍ୟ ସଂଘ ଲିଖିତ ପ୍ରତିଶ୍ରୁତିକୁ ଅପେକ୍ଷା କରିଥିଲେ । ୪ ଦଫା ଦାବି ମଧ୍ୟରୁ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଦାବିକୁ ସରକାର ମାନି ନେଇଛନ୍ତି ଏବଂ ପରିବହନ ବାବଦ ଖର୍ଚ୍ଚ ନେଇ ସରକାର ତର୍ଜମା କରିବାକୁ ୧୫ ଦିନ ସମୟ ମାଗିଛନ୍ତି । ସରକାରଙ୍କ ପ୍ରତିଶ୍ରୁତି ମିଳିବା ପରେ ଗୁରୁବାର ଠାରୁ ଧାନ ସଂଗ୍ରହ ଆରମ୍ଭ କରିବେ ।