ଉଜବେକିସ୍ତାନରେ ଫସିଛନ୍ତି ଓଡ଼ିଆ

0

ଓଡ଼ିଆ ନ୍ୟୁଜ୍: ଉଜବେକିସ୍ତାନରେ ଫସିଛନ୍ତି ଶତାଧିକ ଓଡ଼ିଆ । ପ୍ରାୟ ୧୫୦ରୁ ଅଧିକ ଓଡ଼ିଆ ଫସି ସେଠାରେ ଫସି ରହିଛନ୍ତି । ସେଥିରୁ ଗଞ୍ଜାମର କେବଳ ୧୦ଜଣ ଇଞ୍ଜିନିୟର ଥିବା ଅନୁମାନ କରାଯାଉଛି । ଆଙ୍ଗିୟୁଲରେ ଏଣ୍ଟର ଇଂଜିନିୟର କମ୍ପାନୀ ସାମ୍ନାରେ ୫ଦିନରୁ ଅଧିକ ହେଲା ଆନ୍ଦୋଳନ କରୁଛନ୍ତି ।

ଦୀର୍ଘ ୪ ମାସ ହେଲା କମ୍ପାନୀ ଦରମା ଦେଉନଥିବାବେଳେ ଖାଇବାକୁ ମଧ୍ୟ ଦେଉନାହିଁ । ଏଣ୍ଟର ଇଂଜିନିୟର କମ୍ପାନୀରେ ୧୫ ଶହରୁ ଅଧିକ ଭାରତୀୟ କାମ କରୁଛନ୍ତି । କମ୍ପାନୀ ଦରମା ଦେଉନଥିବା ଅଭିଯୋଗ ହୋଇଛି । ବଡ଼ କଷ୍ଟରେ ଘରୁ ଟଙ୍କା ମଗାଇ ଚଳୁଛନ୍ତି ଭାରତୀୟ । ଏନେଇ ଭାରତୀୟ ଦୂତାବାସ ମଧ୍ୟ ଶୁଣୁ ନଥିବା ଅଭିଯୋଗ କରିଛନ୍ତି । ତେଣୁ ଭିଡିଓ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅନୁରୋଧ ଜଣାଇ ଭିଡିଓ ପଠାଇଛନ୍ତି ।

Leave A Reply

Your email address will not be published.