ଓଡ଼ିଆ ନ୍ୟୁଜ୍: ରାଉରକେଲା ବିମାନ କ୍ରାସ୍; ୨ ଆହତଙ୍କୁ ମୁମ୍ବାଇ ଏୟାରଲିଫ୍ଟ।ନିଜ ଇଚ୍ଛାରେ ଏୟାରଲିପ୍ଟରେ ହୋଇଥିବା ସୂଚନା।ବାକି ଅନ୍ୟ ୪ ଜଣଙ୍କୁ ରାଉରକେଲା ସ୍ଥିତ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଜାରି ରହିଛି । ଗତକାଲି ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା ଏକ ଛୋଟ ବିମାନ । ଯେଉଁଥିରେ ପାଇଲଟଙ୍କ ସମେତ ୬ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଦକ୍ଷିଣ ରାଉରକେଲା ଆକାଶରେ ବିମାନଟି ଉଡୁଥିବା ବେଳେ ହଠାତ୍ ଯାନ୍ତ୍ରୀକ ତ୍ରୁଟି ଦେଖିବାକୁ ମିଳିଥିଲା । ଏହାପରେ ପାଇଲଟ ତୁରନ୍ତ ବିମାନକୁ ଏମରଜେନ୍ସି ଲାଣ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଏମରଜେନ୍ସି ଲାଣ୍ଡିଂ ବେଳେ ହଠାତ୍ ବିମାନଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ପାଇଲଟ ସମେତ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଆହତ ଯାତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରୁ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ଇସ୍ପାତ ଜେନେରାଲ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ବିମାନ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ କ୍ୟାପଟେନ୍ ନବୀନ ଖାଡେଙ୍ଗା, ତରୁଣ ଶ୍ରୀବାସ୍ତବ ରହିଥିବା ବେଳେ ୪ ଜଣ ଯାତ୍ରୀ ରହିଛନ୍ତି । ସେମାନେ ହେଉଛନ୍ତି ସୁଶାନ୍ତ କୁମାର ବିଶ୍ୱାଳ, ଅନିତା ସାହୁ, ସୁନୀଲ ଅଗ୍ରଓ୍ୱାଲ, ସବିତା ଅଗ୍ରଓ୍ୱାଲ, ସବିତା ଅଗ୍ରଓ୍ୱାଲ । ତେବେ ଗୁରୁତର ଥିବା ସ୍ୱାମୀ-ସ୍ତ୍ରୀଙ୍କୁ ଏୟାରଲିଫ୍ଟ କରାଯାଇଛି ।