ମହାକାଶରେ ଓଡ଼ିଶା ସାଟେଲାଇଟ୍

0

ଓଡ଼ିଆ ନ୍ୟୁଜ୍: ମହାକାଶକୁ ଗଲା ଓଡ଼ିଶା ନିର୍ମିତ ପ୍ରଥମ ସାଟେଲାଇଟ୍।’ଅନ୍ବେଷା’ ସହ ମହାକାଶକୁ ଗଲା ଓଡ଼ିଶା ନିର୍ମିତ ଉପଗ୍ରହ CGUSAT-1।ଆନ୍ଧ୍ର ଶ୍ରୀହରିକୋଟାରୁ PSLV-C62 ରକେଟ ଯୋଗେ ଉତ୍‌କ୍ଷେପଣ।ଅନ୍ବେଷା ସହ ୧୫ ଛୋଟ ସାଟେଲାଇଟ୍ ମଧ୍ୟରେ ରହିଛି CGUSAT-1।ଭୁବନେଶ୍ବର ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟି ଦ୍ବାରା ନିର୍ମିତ CGUSAT-1।ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଯୋଗର ହେବ ବଡ଼ ମାଧ୍ୟମ।

ପୂର୍ବ ନିର୍ଦ୍ଧାରିତ ସମୟ ଦିନ ୧୦ଟା ୧୮ ମିନିଟ୍‌ରେ ଇସ୍ରୋ ପକ୍ଷରୁ ଉତ୍‌କ୍ଷେପଣ । ତେବେ ଏହି ଉତ୍‌କ୍ଷେପଣ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ମଜଭୁତ୍ ହେବ ଭାରତ । ଶତ୍ରୁ ଉପରେ ତୀକ୍ଷଣ ନଜର ରଖିବ ‘ଅନ୍ୱେଷା’ । ଆହୁରି ବି ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବ ‘ଅନ୍ୱେଷା’ । ଖାସ କରି ପାକିସ୍ତାନର ସବୁ ଚାଲ୍କୁ ଭଣ୍ଡୁର କରିବାର କ୍ଷମତା ବି ଅଛି । ସେତିକି ନୁହେଁ ସୀମାରେ ଚୀନ୍ ଚାଲ୍‌କୁ ମଧ୍ୟ ଧରିବ ‘ଅନ୍ୱେଷା’ ।

କୃଷି, ଅର୍ବାନ ମ୍ୟାପିଂ, ପରିବେଶ ସୁରକ୍ଷାରେ ବି ସହାୟକ ହେବ ‘ଅନ୍ୱେଷା’ । ଓଡ଼ିଶା ନିର୍ମିତ ପ୍ରଥମ ସାଟେଲାଇଟ୍ -‘ଅନ୍ବେଷା’ ସହ ମହାକାଶକୁ ଗଲା ।​​​​​​​ଅନ୍ୱେଷା ସହ ୧୫ ଛୋଟ ସାଟେଲାଇଟ୍ ମଧ୍ୟରେ ରହିଛି CGUSAT-1 । ଯାହା ଭୁବନେଶ୍ବର ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟି ଦ୍ବାରା ନିର୍ମିତ CGUSAT-1 । ଯାହା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଯୋଗର ହେବ ବଡ଼ ମାଧ୍ୟମ ବୋଲି କୁହାଯାଉଛି ।

Leave A Reply

Your email address will not be published.