ଥାଇଲାଣ୍ଡରେ ଟ୍ରେନ୍ ଦୁର୍ଘଟଣା; ୨୨ ମୃତ

0

ଓଡ଼ିଆ ନ୍ୟୁଜ୍: ଥାଇଲାଣ୍ଡରେ କ୍ରେନ୍‌ ଖସିପଡ଼ିବାରୁ ଟ୍ରେନ୍ ଲାଇନ୍‌ଚ୍ୟୁତ; ୨୨ ମୃତ।ଟ୍ରେନ୍ ଲାଇନ୍‌ଚ୍ୟୁତ ହେବାରୁ ୨୨ ମୃତ, ୩୦ରୁ ଅଧିକ ଗୁରୁତର।ନାଖୋନ୍ ରତଚାସିମା ପ୍ରୋଭିନ୍ସରେ ବଡ଼ ଟ୍ରେନ୍ ଦୁର୍ଘଟଣା। ରେଲୱେ ପ୍ରକଳ୍ପ କାମରେ ନିୟୋଜିତ କ୍ରେନ୍ ହଠାତ୍ ଉପରୁ ଖସିପଡ଼ିଥିଲା। ଲାଇନଚ୍ୟୁତ ହୋଇ ଟ୍ରେନ୍‌ରେ ନିଆଁ ଲାଗିଥିଲା, ଉଦ୍ଧାର କାମ ଜାରି।

ସୂଚନା ଅନୁଯାୟୀ, ବ୍ୟାଙ୍କକରୁ ଉତ୍ତର-ପୂର୍ବ ଥାଇଲ୍ୟାଣ୍ଡକୁ ଯାଉଥିବା ଏକ ଟ୍ରେନ ଉପରେ ଗୋଟିଏ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କ୍ରେନ ଖସିପଡ଼ିବାରୁ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା। ନାଖୋନ ରାଚାସିମା ପ୍ରଦେଶର ସ୍ଥାନୀୟ ପୋଲିସ ମୁଖ୍ୟ ଥାଚାପୋନ ଚିନାୱଙ୍ଗ କହିଛନ୍ତି, ‘ଟ୍ରେନ ଦୁର୍ଘଟଣାରେ ୨୨ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ ରୁ ଅଧିକ ଆହତ ହୋଇଛନ୍ତି।’

ବ୍ୟାଙ୍କକରୁ ୨୩୦ କିଲୋମିଟର (୧୪୩ ମାଇଲ) ଉତ୍ତର-ପୂର୍ବରେ ଅବସ୍ଥିତ ନାଖୋନ ରାଚାସିମା ପ୍ରଦେଶର ଶିଖିଓ ଜିଲାରେ ବୁଧବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେନଟି ଉବୋନ ରାଚାଥାନି ପ୍ରଦେଶକୁ ଯାଉଥିଲା।

Leave A Reply

Your email address will not be published.