ଓଡ଼ିଆ ନ୍ୟୁଜ୍: ପାକିସ୍ତାନୀ ମାଛଧରା ବୋଟ୍ ଜବତ କଲା ଭାରତୀୟ ତଟରକ୍ଷୀ ବାହିନୀ।ଗୁଜରାଟ ଉପକୂଳ ପୋରବନ୍ଦର ନିକଟରେ ଜବତ, ୯ ଅଟକ।ଆରବ ସାଗର ଦେଇ ଆସୁଥିବା ବେଳେ ‘ଅଲ୍ ମଦିନା’ ବୋଟ୍ ଜବତ।
ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ସୀମାରେ ପଇଁତରା ମାରୁଥିଲା ତଟରକ୍ଷୀ ବାହିନୀ । ଏହି ସମୟରେ ଭାରତୀୟ ସୀମା ଅତିକ୍ରମ କରିଥିବା ‘ଅଲ୍-ମଦ୍ଦୀନା’ ନାମକ ଏକ ପାକିସ୍ତାନୀ ମାଛଧରା ବୋଟକୁ ରହିବା ପାଇଁ ସତର୍କ ନିର୍ଦ୍ଦେଶ ଦେଇଥିଲା ICG । କିନ୍ତୁ ଏହାକୁ ଭ୍ରୁକ୍ଷେପ ନ କରି ପାକିସ୍ତାନ ଆଡ଼କୁ ତୀବ୍ର ବେଗରେ ମାଡ଼ି ଚାଲିଥିଲା ପାକିସ୍ତାନୀ ବୋଟ୍ । କୌଶଳକ୍ରମେ ସମସ୍ତଙ୍କୁ କାବୁ କରିଥିଲା ଭାରତୀୟ ତଟରକ୍ଷୀ ବାହିନୀ । ସମସ୍ତଙ୍କୁ ବୋଟ ମଧ୍ୟରେ ଯାଞ୍ଚ କରି ନିଜ ହେପାଜତକୁ ନେଇଥିଲା ଭାରତୀୟ ତଟରକ୍ଷୀ ବାହିନୀ ।