ଓଡ଼ିଆ ନ୍ୟୁଜ୍: ଥାନାରେ ପହଞ୍ଚିଲା ‘ଲିଙ୍ଗରାଜ’ ନୀତିକାନ୍ତି ବିଭ୍ରାଟ ପ୍ରସଙ୍ଗ।ମକର ସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଓ ଉପାସ ରଖିବା ଘଟଣା।ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ। ରୁଦ୍ରନାରାୟଣ ମହାନ୍ତିଙ୍କ ବିରୋଧରେ ଲିଙ୍ଗରାଜ ଥାନାରେ ଏତଲା। ଅମରେନ୍ଦ୍ର ଗରାବାଡ଼ୁ ନାମକ ଜଣେ ଭକ୍ତ ଅଭିଯୋଗ କରିଛନ୍ତି।‘ପ୍ରଭୁ ଲିଙ୍ଗରାଜଙ୍କ ପାଇଁ ଶେଷ ଯାଏ ଲଢ଼ିବି, ଦରକାର ପଡ଼ିଲେ କୋର୍ଟ ଯିବି ବାବା ଲିଙ୍ଗରାଜ ଉପବାସ ରହିବାକୁ ନେଇ ଥାନାରେ ଏତଲା। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଏତଲା ଦେଲେ ପୁରୁଣା ଭୁବନେଶ୍ବର ବାସିନ୍ଦା ଅମରେନ୍ଦ୍ର ଗରାବଡ଼ୁ। ଲିଙ୍ଗରାଜ ଥାନାରେ ଏତଲାରେ ସେ ଦର୍ଶାଇଛନ୍ତି ଯେ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଏଭଳି ସ୍ଥିତି ଉପୁଜିଥିଲା।
‘କ୍ଷୀର ଆଉଟା’ ନୀତିକୁ ନେଇ ଦୁଇ ସେବାୟତ ନିଯୋଗରେ ଥିଲା ବିବାଦ ଥିଲା। ଏଥିପାଇଁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ଭାବେ ସେ ଦାୟୀ କରି ଥାନାରେ ଏତଲା ଦେଇଛନ୍ତି।ଗତ ଦୁଇ ଦିନ ତଳେ ଅର୍ଥାତ ମକର ସଂକ୍ରାନ୍ତିରେ ଉପବାସରେ ଥିଲେ ବାବା ଲିଙ୍ଗରାଜ। ୟେ ପ୍ରଥମ ଥର ନୁହେଁ ଏହାପୂର୍ବରୁ ବି ଅନେକ ଥର ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ବନ୍ଦ ହୋଇଛି ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି।