ଓଡ଼ିଆ ନ୍ୟୁଜ୍: ହାୱଡ଼ାରୁ ଗୌହାଟୀ ଗଡ଼ିଲା ଦେଶର ପ୍ରଥମ ସ୍ଲିପର ବନ୍ଦେ ଭାରତ ଟ୍ରେନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ବଙ୍ଗର ମାଲଦା ଟାଉନ୍ ଷ୍ଟେସନରୁ ହାଓଡ଼ା ଏବଂ ଗୌହାଟି ମଧ୍ୟରେ ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସେହିପରି ମାଲଦାରୁ ଗୌହାଟୀ-ହାୱଡା ରିଟର୍ଣ୍ଣ ବନ୍ଦେ ଭାରତ ସ୍ଲିପର୍ ଟ୍ରେନକୁ ମଧ୍ୟ ଭର୍ଚୁଆଲ୍ ଭାବରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଆଧୁନିକ ଭାରତର ବଢ଼ୁଥିବା ପରିବହନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏହି ଟ୍ରେନ୍ ଚଳାଯାଇଛି। ସମ୍ପୂର୍ଣ୍ଣ ଏସି ସେବା ଥିବା ଏହି ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ଯାତ୍ରୀମାନଙ୍କୁ କମ ଭଡ଼ାରେ ବିମାନ ପରି ଯାତ୍ରା ପରି ଅଭିଜ୍ଞତା ପ୍ରଦାନ କରିବ।