ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ବିମାନବନ୍ଦରରେ NCBର ଚଢ଼ାଉ।କଷ୍ଟମ ବିଭାଗ ସହିତ ମିଳିତ ଚଢ଼ାଉ।ଗତକାଲି ରାତିରୁ ଭୋର ଯାଏଁ NCBର ଯାଞ୍ଚ।ନିଶା କାରବାର ନେଇ ତଥ୍ୟ ମିଳିବା ପରେ ଯାଞ୍ଚ।ବିମାନବନ୍ଦର ସହ ଯାତ୍ରୀଙ୍କୁ ମଧ୍ୟ କରାଗଲା ଯାଞ୍ଚ।କିଛିମାସ ହେବ ଭୁବନେଶ୍ବର ଦେଇ ଚାଲାଣ ହେଉଥିଲା ମାରିଜୁଆନା।
ଖବର ଅନୁଯାୟୀ, ୩୦ରୁ ଅଧିକ ଅଫିସର ଭୋର ୩ଟା ସମୟରେ ହଠାତ୍ ଭୁବନେଶ୍ୱର ବିମାନବନ୍ଦରରେ ଚଢାଉ କରିଥିଲେ । ସନ୍ଧାନୀ କୁକୁର ବିମାନବନ୍ଦର ପରିସରରେ ରାତିତମାମ କରିଥିଲେ ସର୍ଚ୍ଚ ଅପରେସନ । ଏକ ବଡ଼ଧରଣର ନିଶା କାରବାର ରୋକିବାକୁ ଏନ୍ସିବି ପକ୍ଷରୁ ଚାଲିଥିଲା ନାଇଟ୍ ଅପରେସନ । ଏହି ଅପରେସନରେ ଥିଲେ ବଛା ବଛା ଅଫିସର । ଦେଶ ବାହାରୁ ଆସିଥିବା ଫ୍ଲାଇଟ୍ରେ କିଛି ନିଶା ଦ୍ରବ୍ୟ ଆସିଥିବା ସନ୍ଦେହରେ ଚଢାଉ କରିଥିଲା ଏନସିବି । ଭୋର ୩ଟାରୁ ସକାଳ ୮ଟା ଯାଏ ଚାଲିଥିଲା ଏହି ମାରାଥନ ରେଡ୍ । ବର୍ତ୍ତମାନ ଯାଏଁ ଚଢାଉରେ ଏନସିବିକୁ କଣ ସବୁ ତଥ୍ୟ ମିଳିଛି । ସେନେଇ କୌଣସି ସୂଚନା ମିଳିନାହିଁ ।