ଓଡ଼ିଆ ନ୍ୟୁଜ୍: ୧୮ ନୁହେଁ ୨୨ରେ ମିଳିବ ସୁଭଦ୍ରା ଟଙ୍କା।ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।୪ ଲକ୍ଷ ୫୭ ହଜାର ନୂଆ ହିତାଧିକାରୀ ପାଇବେ ଟଙ୍କା।ବାଦ ପଡ଼ିଥିବା ଓ ନୂଆ ହିତାଧିକାରୀ ପାଇବେ ଟଙ୍କା। ନୂଆ ପଞ୍ଜୀକରଣ କରିଥିବା ୧ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତିର ଅର୍ଥ ।
ତୃତୀୟ କିସ୍ତି ପାଇଥିଲେ ବି ଟେକ୍ନିକାଲ ସମସ୍ୟା ପାଇଁ ପ୍ରଥମ ଓ ଦ୍ୱତୀୟ କିସ୍ତିରୁ ବାଦ ପଡ଼ିଥିବା ୨ଲକ୍ଷ ୫୫ ହଜାର ୨୬୫ଜଣଙ୍କୁ ସାମିଲ କରାଯାଇଛି । ସେମାନଙ୍କୁ ଏକା ସାଙ୍ଗରେ ଦୁଇଟି କିସ୍ତି ମିଳିବ । ସେହିପରି ଅଭିଯୋଗ ଶୁଣାଣି ରେ ୨୪ହଜାର ୧୮ ଜଣ ହିତାଧିକାରୀ ଙ୍କୁ ସୁଭଦ୍ରା ରେ ସାମିଲ କରାଯାଇଛି । ମୋଟ ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ ।