ଓଡ଼ିଆ ନ୍ୟୁଜ୍: ଜରଉ ଘାଟିରେ ୧୦ଫୁଟ୍ ତଳକୁ ଖସିଲା ଅଟୋ; ୧୨ ଆହତ।ଭାରସାମ୍ୟ ହରାଇ ବିଦ୍ୟୁତ ଖଣ୍ଟରେ ପିଟି ହୋଇ ତଳକୁ ଖସିଳା ଅଟୋ।ସମସ୍ତ ଆହତଙ୍କୁ ବଡ଼ଗଡ଼ ମେଡିକାଲରେ ଭର୍ତ୍ତି; ୫ଜଣଙ୍କ ଅବସ୍ଥା ଗୁରୁତର। ଆହତଙ୍କ ମଧ୍ୟରେ ୩ ମହିଳା ଓ ୨ଛାତ୍ର; ପୋଲିସର ତଦନ୍ତ।
ସୂଚନାଅନୁଯାୟୀ ଗଜପତି ଜିଲ୍ଲା ମୋହନା ଥାନା ଜରଉ ଘାଟିରେ ଭାରସାମ୍ୟ ହରାଇ ଇଲେକ୍ଟ୍ରି ପୋଲରେ ପିଟିହେଲା ଅଟୋ । ଫଳରେ ଅଟୋ ଡ଼୍ରାଇଭର ସହ ୧୭ ଆହତ । ସମସ୍ତ ଆହତଙ୍କୁ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ମେଡ଼ିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।ଗଞ୍ଜାମ ଜିଲ୍ଲା ଗୌଡ଼ଗୁଠ ତୁଆହୁରୁ ଗାଁରୁ ଅଭିଭାବକ ମାନେ କିଛି ଛାତ୍ରଙ୍କୁ ନେଇ ବଡ଼ଗଡ ଯିବାବେଳେ ଏହି ଦୁର୍ଘଟଣା ଘଟିଛି । ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକା ତଦନ୍ତ ଚଳାଇଛି ।