ୟୁନିଟ-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ

0

ଓଡ଼ିଆ ନ୍ୟୁଜ୍: ୟୁନିଟ-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ।ଜଳିଗଲା ୪୦ରୁ ଅଧିକ ଦୋକାନ।ପାଉଁଶ ହେଲା କୋଟି କୋଟି ଟଙ୍କାର ସାମଗ୍ରୀ।ଦୀର୍ଘ ୩ ଘଣ୍ଟା ପରେ ନିଆଁ ଆୟତ୍ତ।ନିଆଁକୁ ଆୟତ୍ତ କଲେ ୭୦ ଜଣ ଅଗ୍ନିଶମ କର୍ମଚାରୀ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗି ଚାରିଆଡ଼େ ବ୍ୟାପି ଯାଇଥିବା ସୂଚନା ମିଳିଛି। ବିଏମସି ମେୟର ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି। ଅଧିକ ପ୍ଲାଷ୍ଟିକ୍ ବ୍ୟବହାର କରିବାରୁ ବାରମ୍ଵାର ନିଆଁ ଲାଗୁଥିବା ସୁଲୋଚନା ଦାସ କହିଛନ୍ତି। ମେୟର କହିଛନ୍ତି ଯେ, ଦୋକାନୀଙ୍କୁ ବାରମ୍ଵାର ସଚେତନ କରାଯାଉଥିବା ସତ୍ତ୍ଵେ ଶୁଣୁନଥିଲେ କି ଏସଓପି ପାଳନ କରୁନଥିଲେ।

ବାରମ୍ଵାର ଜବରଦଖଲ ଉଚ୍ଛେଦ କରୁଥିଲେ ବି ମାନୁନଥିଲେ। ଏନଫୋର୍ସମେଣ୍ଟ ସ୍କ୍ଵାଡ୍ ମଧ୍ୟ ସଚେତନ କରୁଥିଲେ। ବ୍ୟବସାୟୀମାନେ ଅସୁରକ୍ଷିତ ଭାବେ ମନଇଚ୍ଛା ବିଦ୍ୟୁତ ତାର ଟାଣୁଥିଲେ। ପ୍ରଥମେ କ୍ୟାପିଟାଲ୍ ଥାନା ପାଖ ଏକ ମୂର୍ତ୍ତି ଦୋକାନରେ ନିଆଁ ଲାଗି ଥିବା କୁହାଯାଉଛି। ଏହାପରେ ନିକଟରେ ଥିବା ଏକ ସ୍କୁଟିରେ ନିଆଁ ଲାଗି ଯାଇଥିଲା। ପରେ ପରେ ପାଖରେ ଥିବା ଗୋଟିଏ ଦୋକାନରେ ନିଆଁ ଲାଗିଥିଲା । ଦୋକାନରେ ଗ୍ୟାସ ଟାଙ୍କି ଥିବାରୁ ନିଆଁରେ ଗ୍ୟାସ୍ ଟାଙ୍କି ମଧ୍ୟ ଫାଟି ଯାଇଥିଲା।ତାସହିତ ପାଖରେ ପ୍ଲାଷ୍ଟିକ ଦୋକାନ ଥିବାରୁ ନିଆଁ ଲିଭିବାକୁ ସମୟ ଲାଗିଥିଲା। ରାତି ପ୍ରାୟ ଗୋଟାଏ ୪୫ ପାଖାପାଖି ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ଆସିଥିଲା।

 

Leave A Reply

Your email address will not be published.