ଓଡ଼ିଆ ନ୍ୟୁଜ୍: ପାଳ ଗଦା ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ।ଲକ୍ ଥାନା ପିପ୍ପଳ ଗାଁରେ ପୋଡ଼ି ଗଲେ ମହିଳା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ। ମହିଳାଙ୍କ ବାପଘର ଲୋକ ଆଣିଲେ ହତ୍ୟା ଅଭିଯୋଗ। ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇ ଥିବା ବେଳେ , ଲକ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଘରେ ମୃତ ମହିଳା, ତାଙ୍କ ଏକ ଛୋଟ ଛୁଆ ଓ ଅସୁସ୍ଥ ଶ୍ବଶୂର ଥିଲେ । ମହିଳା ଜଣଙ୍କ ଛୁଆଟିକୁ ଶ୍ବଶୂରଙ୍କୁ ଦେଇ ଚାଳଘରେ ରୋଷେଇ କାମ କରୁଥିବା ବେଳେ ଅନ୍ୟମାନେ ବାହାରେ ଥିଲେ । ପ୍ରଥମେ କୌଣସି କାରଣରୁ ଚାଳ ଘର ନିକଟରେ ଥିବା ପାଳ ଗଦାରେ ନିଆଁ ଲାଗି ଚାଳ ଘରକୁ ଧରିଥିଲା ଏବଂ ଚାଳ ଘରଟି ସମ୍ପୂର୍ଣ୍ଣ ପୋଡିଯାଇଥିଲା ବୋଲି ସୂଚନା ମିଳିଛି । ସେହି ଚାଳ ଘରେ ରୋଷେଇ କରୁଥିବା ରିନି ପୋଡ଼ି ହୋଇ ଯାଇଥିବା ଦେଖିବାକୁ ମିଳିଛି । ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ, ସେତବେଳକୁ ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା ।