ବନ୍ଦ ହେବା ଭୁବନେଶ୍ଵରରୁ ଦୁବାଇ ଆନ୍ତର୍ଜାତୀୟ ବିମାନ ସେବା

0

ଓଡ଼ିଆ ନ୍ୟୁଜ୍: ବନ୍ଦ ହେବା ଭୁବନେଶ୍ଵରରୁ ଦୁବାଇ ଆନ୍ତର୍ଜାତୀୟ ବିମାନ ସେବା । ନୂଆ ପାସେଞ୍ଜର ପାଇଁ ହେଉନି ବୁକିଂ। ମାର୍ଚ୍ଚ ୨୮ ପର ଠାରୁ ଦେଖାଉନି ଟିକେଟ ବୁକିଙ୍ଗ । ଯେଉଁଥିପାଇଁ ଆଶଙ୍କା କରାଯାଉଛି ଯେ ଦୁବାଇକୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ହୋଇପାରେ । ଯେଉଁଥିପାଇଁ ଆଶଙ୍କା କରାଯାଉଛି ଯେ ଦୁବାଇକୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ହୋଇପାରେ । ଭୁବନେଶ୍ୱରରୁ ଦୁବାଇ ଯାତ୍ରୀଙ୍କ ସଂଖ୍ୟା ବେଶ ଅଧିକ ଥିବା ବେଳେ ବିମାନ କ୍ଷତି ସହୁ ନ ଥିବା କହିଛନ୍ତି ଟୁର ଆଣ୍ଡ ଟ୍ରାଭେଲ୍ସ ବିଶେଷଜ୍ଞ । ତଥାପି କାହିଁକି ଭୁବନେଶ୍ଵରରୁ ଦୁବାଇ ପାଇଁ ନୂଆ ଟିକେଟ୍ ବୁକିଂ ହେଉନି ତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ସରକାରଙ୍କ ପକ୍ଷରୁ ଭାଇବିଲିଟି ଗ୍ୟାପ ଫଣ୍ଡ ବନ୍ଦ ହେବା ଆଶଙ୍କାରେ ବିମାନ ମାଲିକ ଏହି ନିଷ୍ପତି ନେଉଛନ୍ତି । ଏହା କେବଳ ଚାପ ପକାଇବା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି।

ସରକାରଙ୍କ ପକ୍ଷରୁ ମିଳୁଥିବା ଭିଜିଏଫର ସମୟ ସୀମା ସରୁଛି । ତେଣୁ ଏହି ଫଣ୍ଡ ପାଇବା ପାଇଁ ବିମାନ କର୍ତ୍ତୃପକ୍ଷ ଏହି ନିଷ୍ପତି ନେଉଥିବେ ବୋଲି ସ୍ୟାଣ୍ଡ ଆଣ୍ଡ ପେବେଲ୍ସ ଟୁର ଏମଡି କହିଛନ୍ତି। ଏହା ଛଡ଼ା ଇଣ୍ଡିଗୋ ବିମାନରେ ପାଇଲଟଙ୍କୁ ନେଇ ଥିବା ସମସ୍ୟା ଯୋଗୁଁ ମଧ୍ୟ ଇଣ୍ଡିଗୋ ବିମାନ ଭୁବନେଶଶ୍ଵରୁ ଦୁବାଇ ସିଧାସଳଖ ବିମାନ ସେବା ବନ୍ଦ କରିବାକୁ ମଧ୍ୟ ନିଷ୍ପତି ନେଉଥିବା ସେ କହିଛନ୍ତି । କିନ୍ତୁ ଏହା ଗ୍ରହଣୀୟ ନୁହେଁ ।

Leave A Reply

Your email address will not be published.