ଟ୍ରେନିଂ ବେଳେ ଏକ ପୋଖରୀ ଭିତରେ ଖସି ପଡ଼ିଲା ବିମାନ

0

ଓଡ଼ିଆ ନ୍ୟୁଜ୍: ପ୍ରୟାଗରାଜରେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ। ଟ୍ରେନିଂ ବେଳେ ଏକ ପୋଖରୀ ଭିତରେ ଖସି ପଡ଼ିଲା ବିମାନ ଦୁଇ ପାଇଲଟ୍‌ ସୁରକ୍ଷିତ ଉଦ୍ଧାର ହୋଇଥିବା ସୂଚନାଉତ୍ତର ପ୍ରଦେଶର ପ୍ରୟାଗରାଜରେ ବଡ ଅଘଟଣ । ସେନାର ଏକ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ବିଦ୍ୟାବାହିନୀ ସ୍କୁଲ ପାଖରେ ଥିବା ଏକ ପୋଖରୀରେ ଖସିପଡ଼ିଛି।ସ୍ଥାନୀୟ ବାସିନ୍ଦାମାନେ ଘଟଣା ବିଷୟରେ ପୋଲିସ ଏବଂ ପ୍ରଶାସନକୁ ସୂଚନା ଦେଇଥିଲେ। ଯାହା ପରେ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଦୁର୍ଘଟଣାଟି କେ.ପି. କଲେଜ ନିକଟରେ ଥିବା ଏକ ପୋଖରୀରେ ଖସିପଡ଼ିଛି। ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ସେନା ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲା । ଯାହା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। କୁହାଯାଉଛି ବିମାନରେ କିଛି ଲୋକ ଥିଲେ। ଉଦ୍ଧାରକାରୀ ଦଳ ଉଭୟ ପାଇଲଟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଛି। ଏକ ସେନା ହେଲିକପ୍ଟର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି।

Leave A Reply

Your email address will not be published.