ଓଡ଼ିଆ ନ୍ୟୁଜ୍: ଫେବ୍ରୁଆରି ପ୍ରଥମ ସପ୍ତାହରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଫେବ୍ରୁଆରି ୨ ତାରିଖରୁ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି।୨ରେ ଭୁବନେଶ୍ବରରେ ପହଞ୍ଚି ରାତ୍ରୀଯାପନ କରିବେ ରାଷ୍ଟ୍ରପତି। ୩ରେ ଫକୀରମୋହନ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ୪ ତାରିଖରେ ଯାଜପୁରରେ ମା’ ବିରଜାଙ୍କ ଦର୍ଶନ କରିବେ ରାଷ୍ଟ୍ରପତି। ୫ ଓ ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଏକାଧିକ କାର୍ଯ୍ୟକ୍ରମ।
ସୂଚନା ମୁତାବକ, ଫେବୃଆରୀ ୨ରେ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚି ରାତ୍ରୀଯାପନ କରିବେ। ୩ ରେ ସେ ଫକୀରମୋହନ ୟୁନିଭର୍ସିଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ୪ ତାରିଖରେ ଯାଜପୁରରେ ରାଷ୍ଟ୍ରପତି ମା’ ବିରଜାଙ୍କ ଦର୍ଶନ କରିବେ। ୫ ଓ ୬ ତାରିଖରେ ମୟୂରଭଞ୍ଜ ଜିଲାରେ ତାଙ୍କର ଏକାଧିକ କାର୍ଯ୍ୟକ୍ରମ ରହିଛି।