ଓଡ଼ିଆ ନ୍ୟୁଜ୍: ଜମ୍ମୁ-କଶ୍ମୀରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ଯବାନ ମୃତ।ଡୋଡାରେ ଯବାନଙ୍କ ଗାଡ଼ି ଏକ ଖାଲକୁ ଖସିବାରୁ ଦୁର୍ଘଟଣା।ଆହତ ଯବାନ ଉଦ୍ଧମପୁର କମାଣ୍ଡ ହସ୍ପିଟାଲ୍ରେ ଭର୍ତ୍ତି।
ଖବର ମୁତାବକ, ଏକ ବୁଲେଟପ୍ରୁଫ ଆର୍ମି ଗାଡ଼ିରେ ଅତିକମରେ ୧୭ ଜଣ ଯବାନ ରହିଥିଲେ । ସେନା ଗାଡ଼ି ପର୍ବତରେ ଥିବା ଏକ ପୋଷ୍ଟକୁ ଯାଉଥିଲା । ଏହି ସମରେ ଖନ୍ନି ଟପରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ୨୦୦ ଫୁଟ ଗଭୀର ଖାଇକୁ ଖସିପଡିଥିଲା ।
ପୋଲିସ ଏବଂ ଆର୍ମୀ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଏଠାରୁ ୧୦ ଜଣ ସୈନିକଙ୍କ ମୃତ ଦେହକୁ ଜବତ କରିଥିବା ବେଳେ ଅନ୍ୟ ୭ ଜଣଙ୍କୁ ଆହତ ଭାବେ ଉଦ୍ଧାର କରାଯାଇଛି । ଘଟଣାରେ ୩ ଜଣଙ୍କୁ ଗଭୀର ଆଘାତ ଲାଗିଛି । ଏମାନଙ୍କୁ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇ ଉଦ୍ଧମପୁର ମିଲିଟ୍ରୀ ହସପିଟାଲରେ ଭର୍ତ୍ତି କରାଯାଇଛି ।