ଓଡ଼ିଆ ନ୍ୟୁଜ୍: ସମସ୍ତ ତମାଖୁ ଓ ନିକୋଟିନ୍ ସାମଗ୍ରୀ ଉତ୍ପାଦନକୁ ବ୍ୟାନ୍ କଲେ ରାଜ୍ୟ ସରକାର। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତିବନ୍ଧକ।ଗୁଟ୍ଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ନିକୋଟିନ୍ ଯୁକ୍ତ ସାମଗ୍ରୀ ବ୍ୟାନ୍।ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ଗଚ୍ଛିତ, ପରିବହନ, ବିକ୍ରୟ ଉପରେ ରୋକ୍।ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ (FSSAI)ଙ୍କ ଗାଇଡଲାଇନ୍ ଅନୁସାରେ ପଦକ୍ଷେପ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଷେଧାଦେଶ ଜାରି। ସାର୍ବଜନୀନ ସ୍ୱାସ୍ଥ୍ୟ ହିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷେଧାଦେଶ।ସୁସ୍ଥ ଓ ତମାଖୁମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ଆହ୍ୱାନ। ତମାଖୁ ଓ ନିକୋଟିନ୍ ସେବନ ଯୋଗୁ କ୍ୟାନ୍ସର୍ ଭଳି ଗୁରୁତର ରୋଗ ହେଉଛି। ଶିଶୁ ଓ ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ପାଇଁ ତମାଖୁ ଓ ନିକୋଟିନ୍ ଅତ୍ୟନ୍ତ ହାନିକାରକ। ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବନ୍ଦ ହେବ ଗୁଟଖା ବ୍ୟବସାୟ । ନା ହେବ ଉତ୍ପାଦନ, ନା ହେବ ବିକ୍ରି । ଚଳିତବର୍ଷ ଜାନୁୟାରୀ ୨୧ ତାରିଖରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଛି ଏନେଇ ବିଧିବଦ୍ଧ ବିଜ୍ଞପ୍ତି । ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ଏହି ନିୟମ ଜାନୁଆରୀ ୨୧ ତାରିଖରୁ ଲାଗୁ ହୋଇଛି । ବିକ୍ରି କରୁଥିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ ।
ଓଡ଼ିଶାର ପ୍ରାୟ ୪୨% ବୟସ୍କ ବ୍ୟକ୍ତି ଧୂଆଁବିହୀନ ତମାଖୁ ବ୍ୟବହାର କରନ୍ତି, ଯାହା ଜାତୀୟ ହାରଠାରୁ ପ୍ରାୟ ଦୁଇଗୁଣ । ଏହାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ଓ ମାନକ ଅଧିନିୟମ, ୨୦୦୬ ଏବଂ ୨୦୧୧ର ନିୟମାବଳୀ ଅନୁଯାୟୀ ଯେକୌଣସି ଖାଦ୍ୟ ପଦାର୍ଥରେ ତମାଖୁ ଏବଂ ନିକୋଟିନ୍ର ବ୍ୟବହାରକୁ ନିଷେଧ କରାଯାଇଛି । ଏଣୁ, ଜନସାଧାରଣଙ୍କ ସ୍ୱାସ୍ଥ୍ୟ ହିତ ପାଇଁ ଓଡ଼ିଶା ସରକାର ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।