ଓଡ଼ିଆ ନ୍ୟୁଜ୍: ଲାଞ୍ଚ ନେଇ ଧରାପଡ଼ିଲେ କଖଡ଼ି RI ଜାନକୀ ରଂଜନ ମଲ୍ଲିକ।କଟକ ସଦର ତହସିଲ୍ କଖଡ଼ି ସର୍କଲ RI ଜାନକୀ ରଂଜନ ମଲ୍ଲିକ। ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଜମିଜମା ମାମଲାର ମ୍ୟୁଟେସନ୍ ଓ ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ RIଙ୍କର ୩ଟି ସ୍ଥାନରେ ରେଡ୍।
ସୂଚନା ଅନୁଯାୟୀ କଟକ ସଦର କଖଡି ଆରଆଇ ଜାନକୀ ରଞ୍ଜନ ମଲ୍ଲିକ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଜମି ପଟ୍ଟା କରାଇ ଦେବାକୁ ନେଉଥିଲେ ଏହି ଲାଞ୍ଚ । ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ । ଟ୍ରାପ ପରେ ଜାନକୀ ରଞ୍ଜନ ମଲ୍ଲିକଙ୍କର ତିନୋଟି ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ । ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ ଚାଲିଛି।