ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଡାକରା ପ୍ରତ୍ୟାହୃତ

0

ଓଡ଼ିଆ ନ୍ୟୁଜ୍: ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଡାକରା ପ୍ରତ୍ୟାହୃତ।ଘରୋଇ ବସ୍ ମାଲିକ ସଂଘ ବୈଠକ ପରେ ଘୋଷଣା।କାଲିଠାରୁ ଧର୍ମଘଟ ଡାକରା ଦେଇଥିଲା ବସ୍‌ ମାଲିକ ସଂଘ।ମୁଖ୍ୟମନ୍ତ୍ରୀ ବସ୍‌ ସେବା ସଂପ୍ରସାରଣକୁ ବିରୋଧ କରି ଧର୍ମଘଟ ଡାକରା ଦେଇଥିଲେ। ଶନିବାର ଠାରୁ ରାଜ୍ୟବ୍ୟାପୀ ଘରୋଇ ବସ୍ ଧର୍ମଘଟ ଡାକରା ଦିଆଯାଇଥିଲା । ଏ ନେଇ ସୂଚନା ଦେଲେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ । ରାଜ୍ୟ ସରକାର ଦାବି ମାନିବା ପରେ ଧର୍ମଘଟ ଡାକରା ପ୍ରତ୍ୟାହାର କଲା ବସ୍ ମାଲିକ ସଂଘ । ବ୍ଲକ୍ରୁ ଜିଲ୍ଲା ମୁଖ୍ୟାଳୟକୁ ଚାଲିବ ନାହିଁ ମୁଖ୍ୟମନ୍ତ୍ରୀ ବସ୍ ସେବା ।

ଯେଉଁ ରୁଟ୍ରେ ଘରୋଇ ବସ୍ ନାହିଁ ସେହି ରୁଟ୍ରେ ଚାଲୁ ରହିବ ମୁଖ୍ୟମନ୍ତ୍ରୀ ବସ୍ ସେବା । ଏନେଇ ସବୁ ଜିଲ୍ଲାପାଳ ରାଜି ହୋଇଥିବା ସୂଚନା ଦେଲା ଘରୋଇ ବସ୍ ମାଲିକ ସଂଘ । ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ ଓ ପରିବହନ ସଚିବଙ୍କ ସହ ଆଲୋଚନା ପରେ ଧର୍ମଘଟ ପ୍ରତ୍ୟାହାର ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.