ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଆଗୁଆ ହୋଇପାରେ ପଞ୍ଚାୟତ ନିର୍ବାଚନ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସୂଚନା। ‘ଜନଗଣନା ପାଇଁ ଆଗୁଆ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି’।’ନିର୍ଦ୍ଧାରିତ ସମୟର ୨ରୁ ୩ ମାସ ପୂର୍ବରୁ ହୋଇପାରେ ପଞ୍ଚାୟତ ନିର୍ବାଚନ’। ବିଜେପି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଟାସ୍କ ଦେଲେ।୬ ମାସ ଭିତରେ ଅଧୁରା କାମ ଶେଷ କରିବାକୁ ନିର୍ଦ୍ଦେଶ।
ଦେଶର ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟର ତାଲିକାର ‘ସ୍ବତନ୍ତ୍ର ସଘନ ସଂଶୋଧନ’ (ଏସ୍ଆଇଆର୍) ପ୍ରକ୍ରିୟା ଚାଲିଛି। ଆସନ୍ତା ଫେବ୍ରୁଆରି ମାସରେ ଏହା ଶେଷ ହେବ। ଏହାପରେ ତୃତୀୟ ପର୍ଯ୍ୟାୟରେ ଓଡ଼ିଶାରେ ଭୋଟର ତାଲିକାର ଏସ୍ଆଇଆର୍ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହାକୁ ଲକ୍ଷ୍ୟ ରଖି ରାଜ୍ୟରେ ପ୍ରି-ଏସ୍ଆଇଆର୍ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଠିକ୍ ଏମିତି ସମୟରେ ଭାରତର ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ। ଓଡ଼ିଶାର ଏସ୍ଆଇଆର୍ ପ୍ରସ୍ତୁତି ସମ୍ପର୍କରେ ସେ ସମୀକ୍ଷା କରିଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ଏସ୍ଆଇଆର୍ ପ୍ରକାଶ ପାଇବ ଓ ଏହା ଅନୁଯାୟୀ ରାଜ୍ୟରେ ୨୦୨୭ ମସିହାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବାକୁ ପ୍ରସ୍ତୁତି ଚାଲିଛି।