ଓଡ଼ିଆ ନ୍ୟୁଜ୍: ପରଲୋକରେ ସଂଗୀତ ନିର୍ଦେଶକ ଅବିଜିତ ମଜୁମଦାର।ସକାଳ ଓଲିଉଡ ଜଗତ ପାଇଁ ଏକ ଦୁଖଦ ସକାଳ ଥିଲା। ବେଶ କିଛିଦିନ ଧରି ଚିକିତ୍ସାଧିନ ଥିବା ଓଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ପରଲୋକ ହୋଇଛି। ଏହି ଖବର ପାଇବା ପରେ ସମଗ୍ର ଓଲିଉଡ ଦୁନିଆରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ,୫୪ ବର୍ଷ ବୟସରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଅଭିଜିତଙ୍କ ଦେହାନ୍ତ ହୋଇଛି। ଲିଭର୍ ଜନିତ ସମସ୍ୟା ପରେ ସେ ଚିକିତ୍ସିତ ହେଉଥିଲେ।
ଏହି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତଙ୍କ ସଙ୍ଗୀତ କ୍ୟାରିଅର୧୯୯୧ ମସିହାରେ ଆରମ୍ଭ ହୋଇଥିଲା। ‘ଦକ୍ସିଗଲା’ ତାଙ୍କର ପ୍ରଥମ ସମ୍ବଲପୁରୀ ଆଲବମ ଥିଲା, ଯାହା ବେଶ ଲୋକପ୍ରିୟ ହୋଇଥିଲା। ୨୦୦୦ ମସିହାରେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ। ତାଙ୍କର ତରଙ୍ଗ ଟିଭିର ‘ମେଲୋଡି ନାଇଟ୍ସ’ ଖୁବ ଲୋକପ୍ରିୟ ହୋଇଥିଲା। ସେ ୭୦୦ରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ