ଓଡ଼ିଆ ନ୍ୟୁଜ୍: ଟି ଟ୍ବେଣ୍ଟି ବିଶ୍ବକପ ପାଇଁ ଦଳ ଘୋଷଣା କଲା ପାକିସ୍ତାନ।ସଲମାନ ଆଘାଙ୍କ ନେତୃତ୍ବରେ ୧୫ ଜଣିଆ ଦଳ ଘୋଷଣା। ବାବର ଆଜମ ସାମିଲ୍, ବାଦ୍ ପଡ଼ିଲେ ହରିଶ ରଉଫ୍।ବାଂଲାଦେଶକୁ ସମର୍ଥନ କରି ଆଇସିସି ଉପରେ ବର୍ଷିଥିଲେ ପିସିବି ଅଧ୍ୟକ୍ଷ।ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେବ ନା ନାହିଁ ସରକାରଙ୍କ ନିଷ୍ପତ୍ତି ଉପରେ ଛାଡ଼ିଥିଲେ।ପାକିସ୍ତାନ ସରକାର ଯାହା ନିଷ୍ପତ୍ତି ନେବ ଆମେ ତାହା ମାନିବୁ କହିଥିଲେ ନକବି।
ଭାରତରେ ଖେଳିବାକୁ ବିସିବି ମନା କରିବା ପରେ ଶନିବାର ଆଇସିସି ବାଂଲାଦେଶକୁ ବିଶ୍ବକପ୍ରୁ ବିତାଡ଼ିତ କରି ସ୍କଟ୍ଲାଣ୍ଡ୍କୁ ସାମିଲ କରିଥିଲା। ‘‘ଆମେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହାବାଜ ସରିଫଙ୍କ ସହ ଆଲୋଚନା କରିବା ପରେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଅଂଶଗ୍ରହଣ କରିବୁ କି ନା ଚୂଡାନ୍ତ ନିଷ୍ପତ୍ତି ନେବୁ’’ ବୋଲି ପିସିବି ଅଧ୍ୟକ୍ଷ ମୋହସିନ୍ ନକ୍ଭୀ ପ୍ରକାଶ କରିଥିଲେ।। ବାଂଲାଦେଶ ପ୍ରତି ଅନ୍ୟାୟ ହୋଇଛି ବୋଲି ନକ୍ଭୀ ଟିପ୍ପଣୀ ପ୍ରଦାନ କରିଥିଲେ। ଏହାକୁ ନେଇ ଆଇସିସି ଖପ୍ପା ହୋଇଛି। ଦ୍ବିପାକ୍ଷିକ ଶୃଙ୍ଖଳା ଉପରେ ନିଲମ୍ବନ ଲାଗୁ, ପିଏସ୍ଏଲ୍ ପାଇଁ ବିଦେଶୀ ଖେଳାଳିଙ୍କୁ ଏନ୍ଓସି ପ୍ରଦାନକୁ ପ୍ରତ୍ୟାଖାନ ଏପରିକି ଏସିଆ କପ୍ରୁ ବାଦ୍ ଦେବା ଭଳି ଦଣ୍ଡକୁ ନିମନ୍ତ୍ରଣ କର ନାହିଁ ଆଇସିସି ସ୍ପଷ୍ଟ ଭାବେ ବିଚାର କରୁଛି ବୋଲି ଜାଣି ପାକିସ୍ତାନ କ୍ରିକେଟ୍ ବୋର୍ଡ ବିଶ୍ବକପ୍ରୁ ଓହରିଯିବା ନିଷ୍ପତ୍ତିରୁ ଓହରିଯାଇଛି।