ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ

0

ଓଡ଼ିଆ ନ୍ୟୁଜ୍: ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ। ସାରା ଦେଶରେ ଜାନୁଆରୀ୨୬କୁ ଧୁମଧାମରେ ପାଳନ କରାଯାଉଛି । ସୋମବାର ଦିଲ୍ଲୀରୁ ପଲ୍ଲୀ ସବୁଠି୭୭ତମ ଗଣତନ୍ତ୍ର ଦିବସ ପାଳନ ହେଉଛି । କର୍ତ୍ତବ୍ୟ ପଥରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ଅତିଥି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି ।

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୋଦୀ । ଏହି ଉତ୍ସବ ଦେଶକୁ ଶକ୍ତି ଯୋଗାଉ । ବିକଶିତ ଭାରତ ଗଠନରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରୁ ବୋଲି ସେ କହିଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛି । ଦଳ ଏହି ପବିତ୍ର ଦିନରେ ସ୍ୱାଧିନତା ସଂଗ୍ରାମୀଙ୍କୁ ସ୍ମରଣ କରିବା ସହ ଯେଉଁମାନେ ଦେଶ ପାଇଁ ସହିଦ ହୋଇଛନ୍ତି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି। ଏହାସହ ସ୍ୱାଧିନତା ସଂଗ୍ରାମୀଙ୍କ ବଳିଦାନକୁ ଭୂଲି ହେବନି ବୋଲି କଂଗ୍ରେସ କହିଛି ।

Leave A Reply

Your email address will not be published.