ଓଡ଼ିଆ ନ୍ୟୁଜ୍: ଜାତୀୟ ପତାକା ଅବତରଣ ବେଳେ ବିଦ୍ୟୁତ ଆଘାତରେ ଛାତ୍ର ମୃତ। ପାରାଦୀପ କୁଜଙ୍ଗର ଏକ କୋଚିଂ ସେଣ୍ଟର ଛାତରେ କରେଣ୍ଟ ଲାଗି ମୃତ। ସୂର୍ଯ୍ୟାସ୍ତ ପୂର୍ବରୁ ପତାକା ଅବତରଣ କରିବା ବେଳେ ଜୀବନ ଗଲା। ପତାକାରେ ଲାଗିଥିବା ଜିଆଇ ରଡ୍ ଛାତ ଉପର ବିଦ୍ୟୁତ ତାରରେ ଲାଗିଲା।ମୃତ ଛାତ୍ରଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ତେରଗାଁରେ ସୂଚନା।କୁଜଙ୍ଗ ସମାଗୋଳ ସ୍ଥିତ ମାମୁ ଘରେ ରହି ଦଶମ ପାଠ ପଢ଼ୁଥିଲେ।
ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ତେରଗାଁ ଗ୍ରାମର ମାନସ କୁମାର ଦ୍ବବେଦୀଙ୍କ ପୁତ୍ର ଓମ୍ ପ୍ରକାଶ କୁଜଙ୍ଗ ଥାନା ସମାଗୋଳସ୍ଥିତ ମାମୁଁ ଘରେ ରହି ପାଠ ପଢ଼ୁଥିଲା। ସେ କୁଜଙ୍ଗ ବିବି ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ର ଥିଲା। ଏଥି ସହିତ ସ୍ଥାନୀୟ ଏକ କୋଚିଂରେ ଟ୍ୟୁସନ ପଢୁଥିଲା। ଆଜି ସାଧାରଣତନ୍ତ୍ର ଦିବସ ଅବସରରେ କୁଜଙ୍ଗ-ତ୍ରିଲୋଚନପୁର ସାଗର ରୋଡସ୍ଥିତ ଆଡଭୋକେଟ ମଂଜୁଲତା ରାଉତଙ୍କ ବାସଭବନରେ ପରିଚାଳିତ ଟପରଓ୍ବାଲା କୋଚିଂ ସେଂଟରରେ ପତ୍ତାକା ଉଡ଼ା ଯାଇଥିଲା। ଅପରାହ୍ନ ସମୟରେ ଓମପ୍ରକାଶ ଆସିଥିଲେ ଏବଂ ପତାକା ଅବତରଣ କରିବାକୁ ଯାଇଥିଲେ।