ଓଡ଼ିଆ ନ୍ୟୁଜ୍: ହକି ଇଣ୍ଡିଆ ଲିଗ: କଳିଙ୍ଗ ଲାନ୍ସର୍ସ ଚାମ୍ପିୟନ୍।କଳିଙ୍ଗ ଷ୍ଟାଡ଼ିୟମରେ ରାଞ୍ଚି ରୟାଲ୍ସକୁ ୩-୨ରେ ହରାଇଲା।ଲାନ୍ସର୍ସ ପକ୍ଷରୁ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ (୪, ୨୭), ଦିଲପ୍ରୀତ ସିଂ (୨୫)ଙ୍କ ଗୋଲ୍।ରାଞ୍ଚି ରୟାଲ୍ସ ପକ୍ଷରୁ ଅରାଇଜିତ ସିଂ ହୁଣ୍ଡାଲ ଓ ଟମ ବୁନଙ୍କ ଗୋଟିଏ ଲେଖାଏଁ ଗୋଲ୍।୧୯ ଗୋଲ୍ ସହ ରୟାଲ୍ସ ଅଧିନାୟକ ଟମ୍ ବୁନ୍ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ସ୍କୋରର୍।
ମ୍ୟାଚ ଆରମ୍ଭରୁ ହିଁ ପ୍ରଭାବୀ ପ୍ରଦର୍ଶନ ଜାରି ରଖିଥିଲା ବେଦାନ୍ତ କଳିଙ୍ଗ ଲାନ୍ସର୍ସ। ମ୍ୟାଚ ଆରମ୍ଭରୁ ମାତ୍ର ୪ ମିନିଟରେ ଏକ ପେନାଲଟି ଗୋଲ ଦେଇ ୧-୦ ରେ ଆଗୁଆ ରହିଥିଲା କଳିଙ୍ଗ ଲାନ୍ସର୍ସ। ପରେ ରାଞ୍ଚି ପକ୍ଷରୁ ୯ ମିନିଟ ସୁଦ୍ଧା ଏକ ସୁନ୍ଦର ଫିଲଡ଼ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ ଅରାଇଜିତ ସିଂ ହୁଣ୍ଡାଲ। ଦ୍ଵିତୀୟ କ୍ୱାର୍ଟରରେ ପଛକୁ ପଛ ୩ଟି ପେନାଲଟି ସୁଯୋଗରୁ ଗୋଟିଏ ଗୋଲ କରିଥିଲା କଳିଙ୍ଗ ଲାନ୍ସର୍ସ। ଦିଲପ୍ରୀତ ସିଂଙ୍କ ଏହି ଗୋଲ ବଳରେ ଦଳ ୨-୧ ରେ ପହଞ୍ଚିଥିଲା।
ପରେ ପୁଣି ଦୁଇଟି ବ୍ୟାକ ଟୁ ବ୍ୟାକ ପେନାଲଟିରୁ ଗୋଟିଏ ଗୋଲ କରି ଦଳକୁ ୩-୧ ରେ ଆଗୁଆ କରିଥିଲେ ଆଲେକଜାଣ୍ଡାର ହେଣ୍ଡ୍ରିକ୍ସ। ତୃତୀୟ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ପେନାଲଟି ସୁଯୋଗ ହାତଛଡା କରିଥିଲେ। ଶେଷ କ୍ୱାର୍ଟର ତଥା ୫୧ ମିନିଟରେ ରାଞ୍ଚି ରୟାଲସ ବ୍ୟାକ ଟୁ ବ୍ୟାକ ଦୁଇଟି ପେନାଲଟି ସୁଯୋଗ ହାତଛଡା କରିଥିଲା।