କୃଷକ ସଂଗଠନର ବନ୍ଦ ଡାକରା ସୁପର ଫ୍ଲପ୍: ଯୋଗାଣ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ନବ ନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରା ସୁପର ଫ୍ଲପ୍ କହିଲେ ଯୋଗାଣ ମନ୍ତ୍ରୀ।‘କୌଣସି ଜାଗାରେ ବି କୃଷକ ତାଙ୍କ ସହ ବାହାରିଲେ ନାହିଁ ’।ପ୍ରକୃତ କୃଷକ ଆନ୍ଦୋଳନରେ ନାହାନ୍ତି, ରାଜରାସ୍ତାକୁ ବାହାରି ନାହାନ୍ତି। ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ ସୁପର ଫ୍ଲପ୍ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପ୍ରକୃତ କୃଷକ ଆନ୍ଦୋଳନରେ ନାହାନ୍ତି । କେଉଁଠି କୃଷକ ତାଙ୍କ ପାଇଁ ବାହାରିଲେ ନାହିଁ । କୃଷକମାନେ ରାଜରାସ୍ତାକୁ ବାହାରି ନାହାନ୍ତି, ଯଦି ବାହାରି ଥାନ୍ତେ ତେବେ ପ୍ରଭାବ ପଡିଥାନ୍ତା ।

ଇନପୁଟ ସବସିଡି ବାବଦରେ ଯେଉଁ ୮୦୦ ଟଙ୍କା ଦିଆଯାଉଛି, ସେଥିରେ ରାଜ୍ୟର କୃଷକ ମାନେ ଖୁସିରେ ଅଛନ୍ତି । ବିଭ୍ରାନ୍ତି କରିବାକୁ ଚେଷ୍ଟା କରାଯାଉଛି, ସେଥିରୁ କ୍ଷାନ୍ତ ରୁହନ୍ତୁ । ରାଜ୍ୟରେ ଏକ ଭଲ ସରକାର ଚାଲିଛି, ଆମେ ଯାହା ଯାହା କହିଛୁ ତାହା ଅକ୍ଷରେ ଅକ୍ଷରେ କରି ଚାଲିଛୁ । ଏହାଦ୍ୱାରା ରାଜ୍ୟ ବିକାଶ ଦିଗରେ ଆଗାଉଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.