ନବୀନଙ୍କୁ ଭେଟିବେ ଭକ୍ତ ଦାସ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା ନିର୍ବାଚନ ପାଇଁ ନବୀନଙ୍କୁ ଭେଟିବେ ଭକ୍ତ ଦାସ।ମୁଁ ସମୟ ମାଗିଛି ମିଶିକି ଆଲୋଚନା କରିବା ପାଇଁ। ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଆଲୋଚନା ପାଇଁ ସମୟ ମାଗିଛି।ବିଜେଡି ବିରୋଧୀଦଳ, ଆମେ ବି ବିରୋଧୀଦଳ। ୨ ଦଳ ମିଶିଲେ ଗୋଟିଏ ପ୍ରାର୍ଥୀ ଜିତି ପାରିବେ। ଆମେ ପ୍ରାର୍ଥୀ ଦେଲେ ସେମାନେ ସମର୍ଥନ କରିବେ କି ନାହିଁ।ସେମାନେ ପ୍ରାର୍ଥୀ ଦେଲେ ଆମର ସମର୍ଥନ ମିଳିବ କି ନାହିଁ।ଦୁଇ ଦଳ ଭିତରେ ସେ ରାଜନୈତିକ ତାଳମେଳ ନାହିଁ।ଯଦି ପ୍ରତିଭାବାନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଏ ତାହେଲେ ସପକ୍ଷରେ ଯିବୁ।

ରାଜ୍ୟସଭା ଚତୁର୍ଥ ସିଟ୍‌ରେ ଜଣେ ପଦ୍ମଶ୍ରୀ, ବୁଦ୍ଧିଜୀବୀଙ୍କୁ ପଠାଇଲେ ଓଡ଼ିଶାର ସମ୍ମାନ ରହିବ । ଏ ନେଇ ଯିଏ ଆଗ୍ରହୀ ଅଛି ତାଙ୍କ ସାଙ୍ଗରେ ଆଲୋଚନା କରିବେ ବୋଲି ଭକ୍ତ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, ରାଜ୍ୟସଭା ପାଇଁ ଓଡ଼ିଶାରୁ ୪ଟି ସିଟ୍ ଖାଲି ହେବ । ୪ଟି ଆସନ ଭିତରୁ ବିଜେପି ୨ଟି ଏବଂ ବିଜେଡି ଗୋଟିଏ ଆସନ ଜିତିବା ଥୟ । କିନ୍ତୁ କିଏ ଏହି ଆସନରେ ପ୍ରାର୍ଥି ହେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେହିଭଳି ଚତୁର୍ଥ ସିଟ୍ ପାଇଁ ବିଜେପି କି ବିଜେଡି ପାଖରେ ସଂଖ୍ୟା ନଥିବାରୁ ଏହି ଆସନ ପାଇଁ ଛକାପଞ୍ଛା ଦେଖିବାକୁ ମିଳିବ । ଚତୁର୍ଥ ସିଟ୍‌କୁ ନେଇ ଏବେ ବି କଳ୍ପନାଜଳ୍ପନା ଜାରି ରହିଛି । ତେଣୁ ବିଜେଡି ଓ କଂଗ୍ରେସର ଆଭିମୁଖ୍ୟ କ’ଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.