ଓଡ଼ିଆ ନ୍ୟୁଜ୍: ଭେଣ୍ଡିଂ ଜୋନ୍, ଓମଫେଡ୍ ବୁଥରେ ଗୁଟ୍ଖା ବିକିଲେ ଆକ୍ସନ।ଲାଇସେନ୍ସ ବାତିଲ ନେଇ ବିଏମ୍ସିର ଚେତାବନୀ।ବିଏମ୍ସି ଅଞ୍ଚଳରେ ଗୁଟ୍ଖା ବିକ୍ରି ସମ୍ପୂର୍ଣ୍ଣ ନିଷେଧ।ଜୋରଦାର ହେବ ଗୁଟ୍ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍। ବିଏମ୍ସି ସାଧାରଣ ପରିଷଦ ବୈଠକରେ ଏନେଇ ନିଷ୍ପତ୍ତି।ଉଲ୍ଲେଖନୀୟ ରାଜ୍ୟ ସରକାର ରାଜ୍ୟରେ ଗୁଟଖା ବ୍ୟାନ କରିବା ପରେ ଧରପଗଡ଼ ଚାଲିଛି। ତେଣୁ ରାଜଧାନ
ରାଜଧାନୀରେ ଜୋରଦାର ହେବ ଗୁଟଖା ଏନଫୋର୍ସମେଣ୍ଟ। ବିଏମସି ଅଞ୍ଚଳରେ ସମ୍ପୂର୍ଣ୍ଣ ନିଷେଷ ହେବ ଗୁଟଖା ବିକ୍ରି। ଅନ୍ୟ ଦୋକାନରେ ମଧ୍ୟ କଡାକଡି ଏନ୍ଫୋର୍ସମେଣ୍ଟ ହେବ । ସରକାର କରିଥିବା ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ମେୟର କହିଛନ୍ତି। ଏହା ଛଡ଼ା ବିଏମସି ଅଞ୍ଚଳରେ ଗୁଟଖା ହୋର୍ଡିଂ ବାହାର କରିବାକୁ ନିଷ୍ପତ୍ତି ହୋଇଛି। ଏହା ଛଡ଼ା ଆଜି ହଜାରେ ୫୦ କୋଟି ଟଙ୍କାର ଏକ ଡ୍ରାଫ୍ଟ ବିଲ ମଧ୍ୟ କର୍ପୋରେସନରେ ଆଗତ ହୋଇଛି। ବିଏମସି ନିଜ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଚଳିତ ବର୍ଷ ୩୦୦ କୋଟି ଟଙ୍କା ଆଦାୟ କରିବାକୁ ବିଏମସିର ନିଷ୍ପତି ହୋଇଛି।