ରାଉରକେଲାକୁ ୮୮୮୪ କୋଟିର ପ୍ରକଳ୍ପ ଭେଟି

0

ଓଡ଼ିଆ ନ୍ୟୁଜ୍: ରାଉରକେଲାରେ ଏଣ୍ଟରପ୍ରାଇଜ୍ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟିତ। ରଜତ ଜୟନ୍ତୀ ସଂସ୍କରଣ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୮,୮୮୪ କୋଟି ମୂଲ୍ୟର ୨୦ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ। ୬,୮୩୨ ଚାକିରି ସୃଷ୍ଟି ହେଲା କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ୨୨ଟି MOU ଓ ୫ଟି ନିବେଶ ପ୍ରସ୍ତାବରେ ୫୨,୦୨୬ କୋଟି ନିବେଶ ଲକ୍ଷ୍ୟ।୨୦,୪୨୭ ଚାକିରି ସମ୍ଭାବନା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା।‘ଓଡ଼ିଶାର ଶିଳ୍ପ ବିକାଶର ମୂଳ ଇଞ୍ଜିନ୍ ଭାବରେ ଉଭା ହେଉଛି ପଶ୍ଚିମ ଓଡ଼ିଶା’। ଆମେ ସର୍ବୋତ୍ତମ ହେବୁ, ସର୍ବୋତ୍ତମଙ୍କ ସହ ପ୍ରତିଯୋଗିତା କରିବୁ- CM।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସମ୍ବଲପୁର ଲପଙ୍ଗା ଗସ୍ତରେ ଯାଇ ହିଣ୍ଡାଲକୋର ୨୭ହଜାର କୋଟି ଦୁଇଟି ପ୍ରକଳ୍ପର ଉଦଘାଟନ କରିବା ସହ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ରାଉରକେଲାରେ ପହଞ୍ଚି CIIର ୨୫ତମ ସଂସ୍କରଣ ଏଣ୍ଟରପ୍ରାଇଜ୍ ଓଡ଼ିଶାକୁ ଉଦଘାଟନ କରିଥିଲେ । ଉଦଘାଟନ ମଞ୍ଚରେ ଗୋଟିପୁଅ, ଓଡ଼ିଶୀ ସହ ସମ୍ବଲପୁରୀ ପରିବେଷଣ ସହ ଆକାଶ ମାର୍ଗରେ ପ୍ରଦର୍ଶନ ହୋଇଥିଲା ଡ୍ରୋନ୍ ଶୋ’ । ଆଉ ବୁଧବାର ଗସ୍ତର ଦ୍ୱିତୀୟ ଦିନରେ ହୋଟେଲ ମେ’ ଫେୟାର ହକି ଭିଲେଜରେ ରାଉରକେଲା, ରାଞ୍ଚି ସହ ରାୟପୁରର ୫୦୦ ଶିଳ୍ପଦ୍ୟୋଗୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.