ଭେନେଜୁଏଲା ସୀମାରେ ବିମାନ କ୍ରାସ୍; ୧୫ ମୃତ

0

ଓଡ଼ିଆ ନ୍ୟୁଜ୍: କଲମ୍ବିଆ ଏବଂ ଭେନେଜୁଏଲା ସୀମା ନିକଟରେ ଥିବା ନର୍ଟ ଡି ସାଣ୍ଟାଣ୍ଡର ପ୍ରଦେଶରେ ସାଟେନା ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମସ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି କୁକୁଟାରୁ ଉଡ଼ାଣ ଭରିବା ପରେ ଓକାନା ଅଭିମୁଖେ ଯାଉଥିବା ସମୟରେ ଉଡ଼ାଣ ଭରିବାର କିଛି ମିନିଟ ପରେ ଏହି ଦୁର୍ଘଟଣା ଘଟିଥିଲା। ସାଂସଦଙ୍କ ସମେତ ୧୫ ଜଣଙ୍କର ମୃତ୍ୟୁ ହୋଇଛି । କଲମ୍ବିଆ-ଭେନେଜୁଏଲା ସୀମାବର୍ତ୍ତୀ କାଟାଟୁମ୍ବୋ ଜଙ୍ଗଲରେ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି । କଲମ୍ବିଆର ସରକାରୀ ବିମାନ ସେବା ସଂସ୍ଥା ‘ସାଟେନା’ ଦ୍ୱାରା ପରିଚାଳିତ ଏହି ବିମାନରେ ଥିଲେ ୧୫ ଜଣ ।

ସମସ୍ତଙ୍କର ମୃତ୍ୟୁ ହୋଇଛି। ବିମାନଟି ସ୍ଥାନୀୟ ସମୟ ୧୧ଟା ୪୫ରେ କୁକୁଟାରୁ ଓକାନା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଏବଂ ଉଡ଼ାଣ ଭରିବାର ୨୦ ମିନିଟ୍ ପରେ ନିଖୋଜ ହୋଇଯାଇଥିଲା । ବିମାନଟି କାଟାଟୁମ୍ବୋର ଦୁର୍ଗମ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଉଦ୍ଧାରକାରୀ ଦଳ ଚିହ୍ନଟ କରିଛନ୍ତି । ଏହି ବିମାନରେ ୧୩ ଜଣ ଯାତ୍ରୀ ଏବଂ ୨ ଜଣ କ୍ରିଉ ସଦସ୍ୟ ଥିଲେ । ମୃତକଙ୍କ ମଧ୍ୟରେ କଲମ୍ବିଆର ଜଣେ ପ୍ରତିଷ୍ଠିତ ସାଂସଦ ଡିଓଜେନେସ୍ କ୍ୱିଣ୍ଟେରୋ ମଧ୍ୟ ରହିଛନ୍ତି । କଲମ୍ବିଆ ବାୟୁସେନା ଏବଂ ସିଭିଲ୍ ଆଭିଏସନ୍ ପକ୍ଷରୁ ତୁରନ୍ତ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା ।

Leave A Reply

Your email address will not be published.