ଆଜି ଅଜିତ ପାୱାରଙ୍କ ହେବ ଶେଷକୃତ୍ୟ

0

ଓଡ଼ିଆ ନ୍ୟୁଜ୍: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିୟୋଗରେ ମହାରାଷ୍ଟ୍ରରେ ଶୋକର ଛାୟା । ଏଥିପାଇଂ ୩ ଦିନିଆ ରାଷ୍ଟ୍ରୀୟ ଶୋକ ପାଳୁଛି ରାଜ୍ୟ । ସେପଟେ ଆଜି ତାଙ୍କ ପୈତୃକ ଗାଁରେ ତାଙ୍କର ଅନ୍ତ୍ୟେଷ୍ଟି କରାଯିବ ବୋଲି ସୂଚନା ମିଳିଛି। ପୂର୍ବାହ୍ନ ୧୧ଟାରେ ପୁଣେ ଜିଲ୍ଲା ସ୍ଥିତ ତାଙ୍କ ପୈତୃକ ଗାଁ ବାରମତୀରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଅନ୍ତିମ ସଂସ୍କାର । ଅନ୍ତିମ ସଂସ୍କାର ସମୟରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ ।

ସକାଳେ ଡାକ୍ତରଖାନାରୁ ସଡ଼କ ପଥରେ ମୃତଦେହକୁ ବାରମତୀ ଆଣିବା ପରେ ପ୍ରଥମେ କାଠେବାଡ଼ି ସ୍ଥିତ ବାସଭବନକୁ ନିଆଯିବ। ସେଠାରେ ଦଳୀୟ କର୍ମୀ, ଜ୍ଞାତିପରିଜନ, ରାଜନୈତିକ ସହକର୍ମୀ ଓ ବାରମତୀର ଜନତା ଦାଦାଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେବେ । ଏହାପରେ ବିଦ୍ୟାପ୍ରତିଷ୍ଠାନକୁ ପାର୍ଥୀବ ଶରୀରକୁ ଆଣି ସେଠାରେ ସାଧାରଣ ଜନତା, ଦଳୀୟ କର୍ମୀ ଶେଷଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କିଛି ସମୟ ରଖାଯିବ ।

Leave A Reply

Your email address will not be published.