ପ୍ରେସର କୁକର୍‌ ଫାଟି ୨ ପାଚିକା ଆହତ

0

ଓଡ଼ିଆ ନ୍ୟୁଜ୍: ସ୍କୁଲରେ ମିଡ୍ ଡେ ମିଲ୍ ରୋଷେଇ ବେଳେ ଅଘଟଣ।ପ୍ରେସର କୁକର ଫାଟି ଉଡ଼ିଗଲା ଆଜବେଷ୍ଟସ; ୨ ପାଚିକା ଆହତ।ଗୋବିନ୍ଦ ମାଧବପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଘଟଣ। ଗୁରୁତରଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଆଠଗଡ଼ ବ୍ଲକ୍ ଅଧିନସ୍ଥ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଚାଲିଥିଲା । ପ୍ରେସର କୁକରରେ ଆଳୁ ସିଜିବା ସମୟରେ ହଠାତ ପ୍ରେସର କୁକରଟି ବିସ୍ଫୋରଣ ହୋଇଥିଲା । ଫଳରେ ସେଠାରେ ରୋଷେଇ କରୁଥିବା ଗୋବିନ୍ଦମାଧବପୁର ଗ୍ରାମର ତୁଳସୀ ବେହେରା ଓ ଚଞ୍ଚଳା ନାୟକ ଦୁଇ ଜଣ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ଆଠଗଡ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.