୧୧୨କୁ ଫୋନ୍‌ କରି ସହାୟତା ନିଅ: ଅଗ୍ନିଶମ ଡିଜି

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାର୍ଯ୍ୟ ସହ ଦୁର୍ଘଟଣାରେ କିପରି ଲୋକଙ୍କୁ ପ୍ରଥମେ ଫାଷ୍ଟ ଏଡ୍‌ ଦିଆଯିବା ସହ ଲୋକଙ୍କୁ ଉଦ୍ଧାର କରି ଜୀବନ ରକ୍ଷା କରାଯାଇ ପାରିବ ସେ ନେଇ ରଣକୌଶଳ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ଅଗ୍ନିଶମ ଡିଜି ୧୧୨କୁ ଫୋନ କରି ଓଡ଼ିଶା ଅଗ୍ନିଶମ ବିଭାଗର ସେବା ନେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ଏପରି କି ଫାଷ୍ଟ ଏଡ୍‌ ସମ୍ପର୍କରେ ଅବଗତ ହେବା ଜରୁରୀ ବୋଲି ଲୋକଙ୍କୁ କହିଥିଲେ।

Leave A Reply

Your email address will not be published.