ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, କୋର୍ଟରେ ହଜାର ହେଲେ ଅଭିଯୁକ୍ତ

0

ଓଡ଼ିଆ ନ୍ୟୁଜ୍: ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । କୋର୍ଟରେ ହାଜର ହେଲେ ବିକ୍ରମ ପଣ୍ଡା ଓ ଅନ୍ୟ ୧୪ ଅଭିଯୁକ୍ତ । ଶୁଣାଣି ଥିବାରୁ ଜିଲ୍ଲା କୋର୍ଟରେ ହାଜର ହେଲେ । ଜିଲ୍ଲା କୋର୍ଟ ପରିସରରେ ବ୍ୟାପକ ପୋଲିସ ମୁତୟନ । ଅସୁସ୍ଥ ଯୋଗୁ ମଦନ ଦଳାଇ ଆସିନଥିଲେ । ଆସନ୍ତା ୬ତାରିଖରେ ହାଜର ହେବେ ସମସ୍ତେ। ଏହି ହତ୍ୟା ମାମଲା ଗତ ୧୯ ତାରିଖରେ SDJM କୋର୍ଟରୁ ଜିଲ୍ଲା ଦୌରାଜଜ କୋର୍ଟକୁ ଯାଇଥିଲା । କୋର୍ଟ ପ୍ରକ୍ରିୟାରେ ସମସ୍ତ ଅଭିଯୁକ୍ତ ଜେଲରେ ଥାଇ VC ଯୋଗେ ଯୋଡି ହୋଇଥିଲେ ।

ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ବିକ୍ରମ ପଣ୍ଡା, ମଳୟ ବିଷୋୟୀ ,ସୁନୀଲ କୁମାର ହୋତା, ବିପିନ ସ୍ୱାଇଁ, ସୀମାଞ୍ଚଳ ନାଇକ, କୁନ୍ଦନ କୁମାର ,ଶିଶୁପାଳ କୁମାର ପାଶୱାନ,କୁରୁପତି ଭୂୟାଁ ,ଚିଣ୍ଟୁ ପ୍ରଧାନ ଏବଂ ଫୁଲବାଣୀ ଜେଲରେ ଥିବା ଅନ୍ୟତମ ଅଭିଯୁକ୍ତ ଶିବ ଶଙ୍କର ଦାସ ଆଜି ବ୍ରହ୍ମପୁର ଜିଲ୍ଲା କୋର୍ଟରେ ହାଜର ହୋଇଛନ୍ତି। ଅସୁସ୍ଥତା ଯୋଗୁ ମଦନ ଦଳେଇ କୋର୍ଟକୁ ଆସିନଥିଲେ।

Leave A Reply

Your email address will not be published.